ଭୁବନେଶ୍ୱର : ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ସରକାର ପ୍ରକାଶ କରିଛନ୍ତି । ମୋଟ ୧୭୫୬ ୱାର୍ଡରୁ ୬୬୮ ଅଣସଂରକ୍ଷିତ ନେଇ ଘୋଷଣା କରାଯାଇଛି । ଅନୁସୂଚିତ ଜାତିଙ୍କ ପାଇଁ ୧୨୨, ଅନୁସୂଚିତଜାତିର ମହିଳାଙ୍କ ପାଇଁ ୧୭୧ ୱାର୍ଡ ସଂରକ୍ଷିତ ରହିଛି । ସେହିପରି ଅନୁସୂଚିତ ଜନଜାତିଙ୍କ ପାଇଁ ୪୯ଟି ଓ ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ୧୩୩ ୱାର୍ଡ ସଂରକ୍ଷିତ ରହିଥିବାବେଳେ ମହିଳାମାନଙ୍କ ପାଇଁ ୬୧୩ୱାର୍ଡ ସଂରକ୍ଷିତ ରହିଥିବା ଘୋଷଣା ହୋଇଛି । ପୂର୍ବରୁ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ ସରକାର ।