19.1 C
Bhubaneswar
Tuesday, November 19, 2024
Homeଅପରାଧପଡୋଶୀଙ୍କ ଝିଅକୁ ନେଇ ପୁଅ ଫେରାର ହେବାପରେ, ପୁଅର ମା'କୁ ରାସ୍ତାକଡ଼ରେ ବାନ୍ଧିକି ମାଡ଼

ପଡୋଶୀଙ୍କ ଝିଅକୁ ନେଇ ପୁଅ ଫେରାର ହେବାପରେ, ପୁଅର ମା’କୁ ରାସ୍ତାକଡ଼ରେ ବାନ୍ଧିକି ମାଡ଼

ତାମିଲନାଡୁ: ଏପରି ଘଟଣା ଘଟିଛି ତାମିଲନାଡୁ ବିରୁଧୁନଗର ଜିଲ୍ଲାର ଅରୁପୁକୋଟାଇ ଅଂଚଳରେ 1 ଜଣେ 45 ବର୍ଷ ବୟସ୍କା ମହିଳାଙ୍କୁ ଆକ୍ରମଣ କରାଯିବା ସହ ରାସ୍ତା କଡ଼ରେ ବନ୍ଧା ଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଖବର ଅନୁଯାୟୀ ଚେନ୍ନାଇର ଏକ ଚାଉଳ କାରଖାନାରେ କାମ କରୁଥିବା ପୀଡିତାଙ୍କ ତୃତୀୟ ପୁଅ ରବିବାର ଦିନ ସେମାନଙ୍କ ପଡୋଶୀଙ୍କ 19 ବର୍ଷୀୟ ଝିଅକୁ ନେଇ କେଉଁଆଡେ ପଳାଇ ଯାଇଛି 1 ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।

ପରିବାର ଦୁଇଜଣଙ୍କୁ ବହୁତ ଖୋଜଖୋଜି କରି କେଉଁଠି ପାଇ ପାରିନଥିଲେ। ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରୁ ଝିଅର ପରିବାର ସ୍ୱଚ୍ଛଳ, ପାରିବାର ଏହି ସମ୍ପର୍କ ବିରୁଦ୍ଧରେ ଥିଲେ ।

ଖୋଜି ପାଇବା ବୃଥା ହେବା ପରେ ଝିଅର ମାଆଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ପୁଅର ବାସଭବନରେ ପଶି ତାଙ୍କ ମା’ଙ୍କୁ ଟାଣି ନେଇଥିଲେ।

ମା’ଙ୍କ ନେତୃତ୍ୱରେ ଝିଅର ସମ୍ପର୍କୀୟମାନେ ପୁଅର ମା’ଙ୍କୁ ମାଡ଼ ମାରି ରାସ୍ତା କଡ଼ରେ ଏକ ପୋଲରେ ବାନ୍ଧି ପକାଇ ଦେଇଥିଲେ।

ବିରୁଧୁନଗର ପୋଲିସର ସୂଚନାନୁସାରେ ଏକ ମାମଲା ରୁଜୁ ହୋଇଛି ଏବଂ ଝିଅର ପରିବାର ଘଟଣା ଘଟାଇବା ପରେ କେଉଁଆଡେ ପଳାଇଯାଇଛନ୍ତି ।

ପୀଡିତା ଜଣଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି ଓ ସେ ଏବେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking