ଭୁବନେଶ୍ୱର: ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ବିଧାନସଭା ସଚିବ ଦଶରଥୀ ଶତପଥୀଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି ହୋଇଛି । ଶ୍ରୀ ଶତପଥୀ ୩୧ଜାନୁଆରୀ ୨୦୨୨ରେ ଅବସର ନେବାର ଥିଲା । ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ ୩୧ ଡିସେମ୍ବର ୨୦୨୩ ଯାଏ ବୃଦ୍ଧି କରିଛନ୍ତି । ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ବର୍ଷେ ଯାଏ ନିଜର କାର୍ଯ୍ୟ ସମ୍ପାଦନ କରିବେ । ସଚିବ ଶ୍ରୀ ଶତପଥୀ ଗଣମାଧ୍ୟମକୁ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ରାଜ୍ୟ ସରକାର ମୋ କାର୍ଯ୍ୟକାଳ ବୃଦ୍ଧି କରିଥିବାରୁ କୃତଜ୍ଞ । ଏବେଠାରୁ ଦାୟିତ୍ୱ ବଢ଼ିଛିି । ଆଗାମୀ ବଜେଟ୍ ଅଧିବେଶନରେ ଏହି କାର୍ଯ୍ୟ ଦ୍ୱିଗୁଣିତ ହେବ । ଆଗାମୀ ଦିନରେ ବିଭିନ୍ନ ଚାଲେଞ୍ଜକୁ ସମ୍ମୁଖୀନ ହୋଇ ନିଷ୍ାଂର ସହ କାର୍ଯ୍ୟ ସମ୍ପାଦନ କରିବାକୁ ଉଦ୍ୟମ କରିବି ବୋଲି ସେ ପ୍ରକାଶ କରିଛନ୍ତି ।