ଭୁବନେଶ୍ୱର : ଭୁବନେଶ୍ୱରରେ ଲିଙ୍ଗରାଜଙ୍କ ଜମିରେ ଘରୋଇ ସଂସ୍ଥାର ନିର୍ମାଣ ପ୍ରସଙ୍ଗ । ଘଟଣାସ୍ଥଳକୁ ଯାଇ ନିର୍ମାଣ କାମ ବନ୍ଦ କରାଇଲା ଜିଲ୍ଲା ପ୍ରଶାସନ । ବିବାଦୀୟ ଜମିରେ ନାଲି ପତାକା ପୋତି କାମ ବନ୍ଦ କରାଗଲା ।
ତହସିଲଦାର୍ ଓ ଅତିରିକ୍ତ ତହସିଲ୍ଦାର୍ ପହଞ୍ଚି କାମ ବନ୍ଦ କଲେ । ନିର୍ମାଣ କାମରେ ନିୟାଜିତ କଣ୍ଟେନରକୁ ସିଜ୍ କଲେ । କାମ ବନ୍ଦ ଓ କଣ୍ଟେନର ସିଜ୍ ସହ ଜମି ଉପରେ ଲଗାଇଲା ନୋଟିସ୍ ।
ପୋର୍ଡ ଅଫ୍ ରେଭେନ୍ୟୁଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ବିବାଦୀୟ ଜମିକୁ ନେଇ ବୋର୍ଡ ଅପ୍ ରେଭେନ୍ୟୁରେ ମାମଲା ବିଚାରଧୀନ ରହିଛି ।