ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା । ଜଣେ ମୃତ, ୧ ଗୁରୁତର । ସିପିପି ୱାନ୍ରେ ପ୍ଲେଟ୍ ଖସି ଜଣେ ମୃତ, ଆଉ ଜଣେ ଗୁରୁତର । ଉଭୟ ମୃତାହତ ଠିକା କର୍ମଚାରୀ । ଆହତ ଆଇଜିଏଚ୍ରେ ଭର୍ତ୍ତି ହୋଇଛନ୍ତି ।
ମୃତକଙ୍କ ନାଁ ଅମର ପଣ୍ଡା। ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଉଭୟ ଠିକା କର୍ମଚାରୀ। ସେମାନେ ଗୋମତି କନ୍ଷ୍ଟ୍ରକ୍ସନ ଜରିଆରେ ଏଠାରେ କାମ କରୁଥିଲେ। ପ୍ଲାଣ୍ଟର ସିପିସି ୱାନ୍ରେ ପ୍ଲେଟ୍ ଖସି ପଡ଼ିବାରୁ ଏହି ଅଘଟଣ ଘଟିଛି। ଗୁରୁତର ଭାବେ ଆହତ ସୁଶୀଲ କୁମାର ଦେବଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି।