ଆମଷ୍ଟରଡାମ୍ : ନେଦରଲାଣ୍ଡ୍ସ କ୍ରିକେଟ୍ ଟିମ୍ର ବ୍ୟାଟ୍ସମ୍ୟାନ୍ ବେନ୍ କୁପର୍ ୨୯ ବର୍ଷ ବୟସରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର୍ରେ ଅବସାନ ଘଟାଇଛନ୍ତି । ୨୦୧୩ରେ କାନାଡା ବିପକ୍ଷ ଦିନିକିଆ ମ୍ୟାଚ୍ରୁ ଅନ୍ତର୍ଜାତୀୟ କ୍ୟାରିୟର୍ ଆରମ୍ଭ କରିଥିବା କୁପର୍ ଇତିମଧ୍ୟରେ ୭୦ଟି ମ୍ୟାଚ୍ ଖେଳିସାରିଛନ୍ତି । ସେ ୫୮ଟି ଟି-୨୦ରେ ୧ ହଜାର ୨୩୯ ରନ୍ କରି ଦେଶ ପକ୍ଷରୁ ଏହି ଫର୍ମାଟ୍ରେ ସର୍ବାଧିକ ସ୍କୋରର୍ ହୋଇପାରିଛନ୍ତି । ଟି-୨୦ରେ ତାଙ୍କର ଆଭରେଜ୍ ୨୮.୧୬ ରହିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୨୪.୭୭ ରହିଛି ।
ସେହିପରି ଦିନିକିଆରେ ସେ ୧୩ଟି ମ୍ୟାଚ୍ ଖେଳି ୧୮.୭ ହାରରେ ୧୮୭ ରନ୍ କରିଛନ୍ତି । ଗତବର୍ଷ ୟୁଏଇଠାରେ ଟି-୨୦ ବିଶ୍ୱକପ୍ କ୍ୱାଲିଫାୟର୍ସରେ କୁପର୍ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହି ପର୍ଯ୍ୟାୟରେ ନେଦରଲାଣ୍ଡ୍ସ ଟୁର୍ଣ୍ଣାମେଣ୍ଟ୍ର ସୁପର୍ ୧୨ ରାଉଣ୍ଡ୍କୁ ଉନ୍ନୀତ ହେବାରୁ ବଞ୍ଚିତ ହୋଇଥିଲା ।