29.1 C
Bhubaneswar
Monday, November 18, 2024
Homeଓଡିଶାସ୍ଥିତି ସୁଧୁରୁଛି, ବିପଦ ଟଳିନି :  ଏବେ ବି ୨୫ରୁ ୩୦% ଅଛି ଡେଲ୍‌ଟା: ସ୍ୱାସ୍ଥ୍ୟ...

ସ୍ଥିତି ସୁଧୁରୁଛି, ବିପଦ ଟଳିନି :  ଏବେ ବି ୨୫ରୁ ୩୦% ଅଛି ଡେଲ୍‌ଟା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଓମିକ୍ରନ୍ ସହ ଡେଲ୍‌ଟା ଭାରିଏଣ୍ଟ ରହିଛି । କିଛିଦିନ ତଳେ ହୋଇଥିବା ସାମ୍ପ୍‌ଲ ସର୍ଭେରୁ ଜଣାପଡ଼ିଛି ଯେ ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍‌ଟା ଅଛି । ଯେହେତୁ ଡେଲ୍‌ଟା ଭାରିଏଣ୍ଟ ଅଧିକ ଗୁରୁତର କରିଥାଏ, ଆମେ ନିଶ୍ଚିତ ଭାବେ କହିପାରିବା ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ । ତେଣୁ ନିଜକୁ ବିପଦମୁକ୍ତ କରି ରଖନ୍ତୁ । ଏହାର ଉପାୟ ହେଉଛି, ଯେଉଁମାନେ ଟିକା ନେଇନାହାନ୍ତି, ଟିକା ନିଅନ୍ତୁ । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ । ଆମେ ଯେଉଁଭଳି ଭାବରେ କାର୍ଯ୍ୟକଳାପ ଜାରି ରଖିଥିଲେ, ସେହିଭଳି ଜାରି ରଖିବା । ନୂଆ ଭାରିଏଣ୍ଟ ନିଓକୋଭର ସମ୍ପର୍କରେ ସେ କହିଛନ୍ତି, ଏହା ଏବେ ପକ୍ଷୀଠାରେ ଦେଖିବାକୁ ମିଳୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଏହା ପକ୍ଷୀରୁ ମଣିଷ ପାଖକୁ କେତେ ସଂକ୍ରମିତ ହେଉଥିବା ନେଇ କାହା ପାଖରେ ତଥ୍ୟ ନାହିଁ । ଆନ୍ତର୍ଜାତିକ ବିଶେଷଜ୍ଞ ଏନେଇ କ’ଣ କହୁଛନ୍ତି, ତାକୁ ଅପେକ୍ଷା କରିବା । ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଛି । ଲଗାତାର ପଜିଟିଭିଟି ରେଟ୍ କମିଚାଲିଛି । ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ ବଢୁ଼ଛି କେଉଁଠି କମୁଛି, ଆମେ ସରକାରଙ୍କୁ ଟେକ୍ନିକାଲ ଇନପୁଟ୍ ଦେବୁ । ଅନ୍ୟ ବିଭାଗ ବି ଇନପୁଟ୍ ଦେଉଛନ୍ତି । ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବ୍ରୁଆରୀ ମାସରେ କଟକଣା କୋହଳ ନେଇ ଶେଷ ନିଷ୍ପତ୍ତି ନେବେ । ସେହିପରି ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌) ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା କହିଛନ୍ତି, ଓଡ଼ିଶାରେ ଏବେ ଯେତିକି କରୋନା ଆକ୍ରାନ୍ତ ବାହାରୁଛନ୍ତି ସେଥିମଧ୍ୟରୁ ୬୦ ପ୍ରତିଶତ ହେଉଛି ଓମିକ୍ରନ୍ ।

ଡେଲ୍‌ଟା ଭାରିଏଣ୍ଟ୍ ତୁଳନାରେ ଓମିକ୍ରନ୍ ଭାରିଏଣ୍ଟ୍‌ର ସଂକ୍ରମଣ କ୍ଷମତା ଅଧିକ । ଦୁଇରୁ ତିନିଦିନ ଭିତରେ ଏହା ଡବଲ୍ ହୋଇଯାଉଛି । ହେଲେ ଓମିକ୍ରନ୍ ଭାରିଏଣ୍ଟ୍‌ରେ ଅଧିକ ଆକ୍ରାନ୍ତଙ୍କୁ ହସ୍ପିଟାଲ୍ ଯିବାକୁ ପଡ଼ୁନି । ଓମିକ୍ରନ୍ ଆମ ପାଇଁ ଭଲ । ଡେଲ୍‌ଟା ଆମ ପାଇଁ ମାରାତ୍ମକ ଥିଲା । ଡିସେମ୍ବର ପ୍ରଥମ ସପ୍ତାହରେ ଓମିକ୍ରନ୍ ମାତ୍ର ୨ ପ୍ରତିଶତ ଥିଲା । ଏବେ ଓଡ଼ିଶାରେ ଏହା ୬୦ ପ୍ରତିଶତ ରହିଛି । ଦିଲ୍ଲୀରେ ୯୮ ପ୍ରତିଶତ ଓମିକ୍ରନ୍ । ଡେଲ୍‌ଟା ଭାରିଏଣ୍ଟ୍‌ର ସ୍ଥାନ ଓମିକ୍ରନ୍ ନେଉଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking