20.1 C
Bhubaneswar
Monday, November 18, 2024
Homeଅପରାଧଜେଲ୍ ଗଲେ ଅଭିଯୁକ୍ତ: ଗିରଫ କରିବାକୁ ଯାଇ ପୋଲିସ ଲହୁଲୁହାଣ

ଜେଲ୍ ଗଲେ ଅଭିଯୁକ୍ତ: ଗିରଫ କରିବାକୁ ଯାଇ ପୋଲିସ ଲହୁଲୁହାଣ

ଭୁବନେଶ୍ୱର: ଏକାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୁଲିସ ଆକ୍ରମଣର ଶିକାର ହୋଇଛି । ଅଭିଯୁକ୍ତ ଟିକୁ ଓରଫ ବିଶ୍ୱଜିତ ମାଲିଆ ଲିଙ୍ଗରାଜ ଥାନା ପୁଲିସ ଟିମ୍‌କୁ ମାଡ଼ ମାରି ଲହୁଲୁହାଣ କରିଦେଇଛି । ଏଥିରେ ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ପରେ ପୁଲିସ ବିଶ୍ୱଜିତଙ୍କୁ କାବୁ କରି ଗିରଫ କରିବା ସହ ଏକ କାଠଫାଳିଆ ଜବତ କରିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବିଶ୍ୱଜିତଙ୍କ ନାମରେ ବହୁ ଅପରାଧିକ ମାମଲା ଥିବାରୁ ତାଙ୍କୁ ସିଆରପିସି-୧୧୦ରେ ବୁକ୍ କରାଯାଇଥିବା ନେଇ ପୁଲିସ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର କଞ୍ଚାସାହିର ଟିକୁ ଓରଫ୍ ବିଶ୍ୱଜିତ୍ ମାଲିଆ ସ୍ଥାନୀୟ ଅଞ୍ଚଳରୁ ଦାଦାବଟି ଆଦାୟ କରନ୍ତି । ଦାଦାବଟି ନଦେଲେ ସେ ଲୋକଙ୍କୁ ଆକ୍ରମଣ କରିବା ସହ ଧମକ ଚମକ ମଧ୍ୟ ଦେଉଥିଲେ ।

ଏ ନେଇ ଶ୍ରୀଲିଙ୍ଗରାଜ ଥାନାରେ ତାଙ୍କ ବିରୋଧରେ ୩ଟି ମାମଲା ରହିଛି । ଗତ ୨୮ ତାରିଖରେ ବିଶ୍ୱଜିତ କପିଳେଶ୍ୱର ମନ୍ଦିର ନିକଟରେ ଛିଡ଼ା ହୋଇଥିବା ପୁଲିସ ଖବର ପାଇଥିଲା । ଏନେଇ ଲିଙ୍ଗରାଜ ଥାନା ପୁଲିସର ଏକ ଟିମ୍ ସେଠାରେ ଚଢାଉ କରିଥିଲେ । ପୁଲିସ ତାଙ୍କୁ କାବୁ କରିବାବେଳେ ସେ ଉତ୍‌କ୍ଷିପ୍ତ ହୋଇ ପୁଲିସକର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହ ମୁଁ ହାଇକୋର୍ଟରୁ ଜାମିନ ଆଣିଛି । ଆପଣମାନେ ମତେ କେଉଁ ମାମଲାରେ ଗିରଫ କରିବାକୁ ଆସିଛନ୍ତି ବୋଲି ଉତ୍ତେଜିତ ହୋଇ ପଚାରିଥିଲେ । ପରେ ଉତ୍‌କ୍ଷିପ୍ତ ହୋଇ ଗୋଟିଏ କାଠଫାଳିଆରେ ପୁଲିସକର୍ମୀଙ୍କୁ ପିଟିଥିଲେ ।

ଯାହାଫଳରେ କେତେକ ପୁଲିସ କର୍ମଚାୀର ଆହତ ହୋଇଥିଲେ । ପରେ ପୁଲିସ ବିଶ୍ୱଜିତଙ୍କୁ କାବୁ କରି ଥାନାକୁ ନେଇଥିଲେ । ତାଙ୍କ ନାଁରେ ୨୦୦୭ ମସିହାରେ ଏୟାରଫିଲ୍ଡ ଥାନାରେ ଗୋଟିଏ ମାମଲା ରହିଛି । ସେହିପରି ୨୦୧୬, ୨୦୧୮ ଓ ୨୦୧୯ ମସିହାରେ ଶ୍ରୀଲିଙ୍ଗରାଜ ଥାନାରେ ଗୋଟିଏ ଲେଖାଏଁ ଅପରାଧିକ ମାମଲା ରୁଜୁ ହୋଇଥିଲା । ଏହାବାଦ୍ ପୁଲିସକୁ ଆକ୍ରମଣ କରିବାରୁ ତାଙ୍କ ବିରୋଧରେ ଶନିବାର ଆଉ ଏକ ମାମଲା ରୁଜୁ କରାଯାଇଛି । ତେବେ ତାଙ୍କ ବିରୋଧରେ ହୋଇଥିବା ଦାଦାବଟି ମାମଲା ଗୁଡିକରେ ସେ ହାଇକୋର୍ଟରୁ ବେଲ୍ ପାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking