19.1 C
Bhubaneswar
Monday, November 18, 2024
Homeଓଡିଶାକମୁଛି କରୋନା କୋପ : ସ୍ଥିତି ଦେଖି କଟକଣା କୋହଳ ନିଷ୍ପତ୍ତି

କମୁଛି କରୋନା କୋପ : ସ୍ଥିତି ଦେଖି କଟକଣା କୋହଳ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ରହିଛି । ସଂକ୍ରମଣ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ କୋଭିଡ୍ ସଂକ୍ରମଣ ବର୍ତ୍ତମାନ କମିବା ଅବସ୍ଥାରେ ଅଛି । ପୂରା ତଳକୁ ଆସିନାହିଁ । ଦ୍ୱିତୀୟତଃ ଟିକାକରଣ ଅଧିକ ଥିବାରୁ ଲୋକଙ୍କଠାରେ କମ୍ ଲକ୍ଷଣ ଦେଖାଯାଉଛି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ। ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକ୍‌ସନାରୀ ଡୋଜ୍ ବି ନେଇ ଯାଆନ୍ତୁ । ସାମଗ୍ରିକ ଭାବେ ଯାହା ଦେଖାଯାଉଛି, କରୋନା ସଂକ୍ରମଣ ବର୍ତ୍ତମାନ ତଳମୁହାଁ ରହିଛି । ଗ୍ରାଫ୍ ତଳକୁ ପହଞ୍ଚିବା ଯାଏ ଆମେ ଆଉ କିଛି ଦିନ ଅପେକ୍ଷା କରିବା । ଆମ ରାଜ୍ୟର ଷ୍ଟାଣ୍ଡାର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ଏପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ ତଳକୁ ଆସିନାହିଁ ।

ଯେହେତୁ ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ, କେତେବେଳେ ବି ବଢ଼ିପାରେ । ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ । ତେବେ ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ପର୍ଯ୍ୟାୟକ୍ରମେ କୋହଳ ହୋଇପାରେ କଟକଣା । ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ସମୟସୀମା ପରିବର୍ତ୍ତନ ହୋଇପାରେ । ଫେବ୍ରୁଆରୀ ମାସ ପାଇଁ ଆସିବାକୁ ଥିବା ଗାଇଡ୍‌ଲାଇନ୍‌ରେ କଟକଣା ଆଂଶିକ କୋହଳ କରାଯାଇପାରେ ବୋଲି ବିଚାରବିମର୍ଶ ହେଉଥିବା ଜଣାପଡ଼ିଛି । ହେଲେ ଯଦି ସଂକ୍ରମଣ ପୁଣି ବଢ଼େ ତାହେଲେ କଟକଣା ପୂର୍ବବତ୍ ଜାରି ରହିବାର ସମ୍ଭାବନା ଅଛି । ସେହିପରି ସ୍କୁଲ୍ ଖୋଲିବା ନେଇ ମଧ୍ୟ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବାର ଆଶା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking