19.1 C
Bhubaneswar
Monday, November 18, 2024
Homeଅପରାଧବିବାହ ମଣ୍ଡପରୁ ଦୁଇଲକ୍ଷର ସୁନାଗହଣା ଚୋରି : ଅତିଥି ବେଶରେ ଆସି ନେଇଗଲେ

ବିବାହ ମଣ୍ଡପରୁ ଦୁଇଲକ୍ଷର ସୁନାଗହଣା ଚୋରି : ଅତିଥି ବେଶରେ ଆସି ନେଇଗଲେ

ଭୁବନେଶ୍ୱର: ଚୋରି କରିବା ପାଇଁ ଅପରାଧୀମାନେ ଭିନ୍ନଭିନ୍ନ ତରିକା ଆପଣାଉଛନ୍ତି । କେତେବେଳେ ଗ୍ରାହକ ବେଶରେ ତ ଆଉ କେତେବେଳେ ଅତିଥି ବେଶରେ ଆସି ଚୋରି କରୁଛନ୍ତି । ଛଦ୍ମବେଶରେ ଆସି ଚୋରି କରିବା ଦ୍ୱାରା କେହି ସନ୍ଦେହ ମଧ୍ୟ କରୁନାହାନ୍ତି । ଯାହା ନିକଟରେ ସହିଦନଗର ଥାନା ଅଞ୍ଚଳରେ ଦେଖିବାକ ମିଳିଛି । କେସୁରାର ଏକ ବିବାହ ମଣ୍ଡପକୁ ଜଣେ ଯୁବକ ଓ ଗୋଟିଏ ଛୋଟପିଲା ଅତିଥି ବେଶରେ ଆସି ଦୁଇଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା ଚୋରିକରି ନେଇଛନ୍ତି । ଏହି ଗହଣା ଗୁଡ଼ିକ ମଧ୍ୟରେ ଗୋଟିଏ ହାର, ୨ଟି କାନଫୁଲ ଓ ୫ଟା ମୁଦି ଥିଲା । ଏନେଇ ଗତ ୨୪ତାରିଖରେ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏଥିସହ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଜବତ କରି ଲୁଟେରାଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି ।

ସୂଚନା ଅନୁଯାୟୀ, ସତ୍ୟନାରାୟଣ ମହାରଣା ନାମକ ଜଣେ ବ୍ୟକ୍ତି କେସୁରା ପଲ୍ଳବୀ ମଣ୍ଡପକୁ ଗତ ୨୩ ତାରିଖ ପାଇଁ ବୁକ୍ କରିଥିଲେ । ୨୩ତାରିଖ ସନ୍ଧ୍ୟାରେ ସେଠାରେ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ଅତିଥିଙ୍କ ଗହଳି ହୋଇଥାଏ । ଗହଳିର ସୁଯୋଗ ନେଇ ଜଣେ ଯୁବକ ଅନ୍ୟ ଜଣେ ନାବାଳକକୁ ସାଙ୍ଗରେ ଧରି ଚୋରି କରିବାପାଇଁ ମଣ୍ଡପରେ ଅତିଥିଙ୍କ ଭଳି ଆସିଥିଲେ । ନାବାଳକକୁ ସାଙ୍ଗରେ ଧରି ଅତିଥିମାନଙ୍କ ସହ ଅତିଥିଭଳି ଆତିଥ୍ୟ ନେବା ସହ ସେଠିକାର ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । କେଉଁ ଅତିଥିମାନେ କ’ଣ ଆଣୁଛନ୍ତି ଓ କିଭଳି ଗିଫ୍ଟ ଦେଉଛନ୍ତି ତାହା ମଧ୍ୟ ଲୁଟେରା ଯୁବକ ଦେଖୁଥିଲେ ।

ସାଙ୍ଗରେ ଛୋଟ ପିଲାକୁ ଧରି ଅତିଥି ବେଶରେ ବୁଲୁଥିବାରୁ ସେଥିପ୍ରତି କାହାରି ନଜର ରହିଲା ନାହିଁ । ସେ ସୁଯୋଗ ଉଣ୍ଡି ଗୋଟେ ସ୍ଥାନରେ ଥିବା ହାର, କାନଫୁଲ, ପାଞ୍ଚଟି ସୁନାମୁଦି ଭର୍ତ୍ତି ଗହଣା ବ୍ୟାଗକୁ ନାବାଳକକୁ ଲଗାଇ ଚୋରି କରି ନେଇଥିଲେ ।  ବିବାହ ସରିବାପରେ ସୁନାଗହଣା ଭର୍ତ୍ତି ବ୍ୟାଗ ନମିଳିବାରୁ ବାହାହେଉଥିବା ଯୁବତୀ ଭାଇ ବିଶ୍ୱଜିତ ମହାରଣା ସହିଦନଗର ଥାନାରେ ଏତଲ ଦେଇଥିଲେ । ପରେ ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ, ଜଣେ ଯୁବକ ଅନ୍ୟ ଜଣେ ଛୋଟ ପିଲାକୁ ସାଙ୍ଗରେ ଧରି ଗହଣା ବ୍ୟାଗ ଚୋରିକରି ନେଇଛି । ଅଭିଯୋଗ ଆଧାରରେ ଏତଲା ହୋଇଥିଲେ ମଧ୍ୟ ପୁଲିସ ଚୋରଙ୍କୁ ଧରିବାରେ ସଫଳ ହୋଇପାରିନାହିଁ । ତେବେ ଶ୍ରୀ ମହାରଣା ବାରମ୍ବାର ଥାନାକୁ ଆସି ନିରାଶ ହେବାରୁୁ ପୁଲିସ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking