20.1 C
Bhubaneswar
Monday, November 18, 2024
Homeଓଡିଶା୧୦ଟି ଗାଁର ଦୁଃଖ ସମାକୋଇ ନଦୀ

୧୦ଟି ଗାଁର ଦୁଃଖ ସମାକୋଇ ନଦୀ

କେନ୍ଦୁଝର : ତେଲକୋଇ ବ୍ଳକ୍ ପାହାଡ଼ ଜଙ୍ଗଲଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଏଠାରେ ବହୁ ପାହାଡ଼ି ଝରଣା ଏବଂ ନଦୀର ସମ୍ଭାର । କିନ୍ତୁ ସେ ସବୁ ମଧ୍ୟରେ ସବୁଠାରୁ ବଡ଼ ଏବଂ ଲମ୍ବା ହେଉଛି ତେଲକୋଇ ମୁଖ୍ୟାଳୟ ଦେଇ ଯାଇଥିବା ସମାକୋଇ ନଦୀ । ଏହି ନଦୀ ତେଲକୋଇ ବ୍ଲକ୍‌ର ଜୀବନ ନାଟିକା କହିଲେ ଭୁଲ ହେବ ନାହିଁ । ଏହା ଉପରେ ଭରଷାକରି ବ୍ଲକ୍‌ର ତାଳପଦା, ଶିବନାରାୟଣପୁର ଗୋଡ଼ା, ଓରିଆ-ବିରିଡା, ତେଲକୋଇ, ଦୋବଲାପାଳ, ଦେଉଳଡିହା ଏବଂ କରଦାଙ୍ଗି ଆଦି ୭ଟି ପଞ୍ଚାୟତର ଚାଷୀମାନେ ପନିପରିବା, ଡାଲି ଏବଂ ତୈଳ ଜାତୀୟ କୃଷିକରି ନିଜ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ଼ କରିପାରିଛନ୍ତି । କୃଷିକ୍ଷେତ୍ରରେ ସମାକୋଇ ନଦୀ ମା’ ଭଳି କୃଷକଙ୍କୁ ସାହା ହେଉଥିବା ବେଳେ ଗମନାଗମନର କଥା ଉଠିଲେ ପାଲଟିଯାଏ ସାବତ ମା’ । ସମାକୋଇ ନଦୀ ପାଇଁ ଏହି ବ୍ଲକ୍‌ର ୪ଟି ପଞ୍ଚାୟତର ୧୦ଟି ଗାଁ ପଞ୍ଚାୟତ ମୁଖ୍ୟାଳୟରୁ ବିଚ୍ଛିନ୍ନ ହୋଇ ରହିଛି ।

ତାଳପଦା ପଞ୍ଚାୟତର ବଡ଼ଖମଣ ଓ ମୁଣ୍ଡାସାହି, ଶିବନାରାୟଣପୁର ଗୋଡ଼ା ପଞ୍ଚାୟତର ବେତଖୋଲି, ବଡ଼କୁମୁଣ୍ଡ, ସାନକୁମୁଣ୍ଡ, ବାଙ୍ଗୁରୁପାଳ ଓ କମଳାଙ୍ଗ, ଦେଉଳଡିହା ପଞ୍ଚାୟତର ଘୁଣ୍ଟୁପଶି ଏବଂ କରଦାଙ୍ଗି ପଞ୍ଚାୟତର ରଗଡ଼ା ଏବଂ ସାପଲାଞ୍ଜି ଗ୍ରାମର ୮୦୦ରୁ ଊର୍ଦ୍ଧ୍ୱ ପରିବାରର ୩ହଜାରରୁ ଊର୍ଦ୍ଧ୍ୱଲୋକ ସମାକୋଇ ନଦୀରେ ପୋଲ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟକୁ ଅତ୍ୟାବଶ୍ୟକ କାର୍ଯ୍ୟ ଯଥା ପିଡିଏସ୍ ସାମଗ୍ରୀ, ଭତ୍ତା ଏବଂ ଅନ୍ୟାନ୍ୟ କାଗଜପତ୍ର କାର୍ଯ୍ୟ ପାଇଁ ଅନ୍ୟ ପଞ୍ଚାୟତ ଦେଇ ପ୍ରାୟ ୧୫ରୁ ୨୦ କିମି ବୁଲି ଯିବାକୁ ପଡ଼ିଥାଏ । ନଚେତ ଜୀବନକୁ ବାଜି ଲଗାଇ ନଦୀ ଡେଇଁ ଯିବାକୁ ପଡ଼ିଥାଏ । ସେହିପରି ଉକ୍ତ ଗ୍ରାମମାନଙ୍କ ମଧ୍ୟରୁ ୯ଟି ଗ୍ରାମରେ ପାଠ ପଢ଼ିବା ମଧ୍ୟ ଏକ ଅଭିଶାପ ସଦୃଶ ।

ଉଚ୍ଚବିଦ୍ୟାଳୟକୁ ଯିବାକୁ ହେଲେ ଜୀବନ ବିପର୍ଣ୍ଣ କରି ସମାକୋଇ ନଦୀରେ ପାର ହୋଇ ଯିବାକୁ ପଡ଼େ । ବର୍ଷା ରୁତୁରେ କେବଳ ହୁଲି ଡଙ୍ଗା ହିଁ ଏକମାତ୍ର ଭରସା । ତାଳପଦା ପଞ୍ଚାୟତର ଦୁଇଟି ଗ୍ରାମକୁ ଜରୁରୀକାଳୀନ ସେବା ପହଞ୍ଚିବା ମଧ୍ୟ ଏକ ପ୍ରକାର ଅସମ୍ଭବ । ଗାଁ’କୁ ଯିବାକୁ ସମାକୋଇ ନଦୀ ବାଧା ହୋଇ ଠିଆ ହୋଇଥାଏ । ବିଦ୍ୟାଳୟ ଯିବାକୁ ନଦୀ ପାଣିରେ ପଶିବାକୁ ବାଧ୍ୟ ହୁଅନ୍ତି ଛାତ୍ରଛାତ୍ରୀ । ସେହିପରି ଅନ୍ୟ ଗ୍ରାମଗୁଡିକର ବାସିନ୍ଦା ପଞ୍ଚାୟତ ମୁଖ୍ୟାଳୟକୁ ଯିବାକୁ ହେଲେ ଅନ୍ୟ ପଞ୍ଚାୟତ ଦେଇ ଯାଇଥାନ୍ତି । ସରକାର ଆଦିବାସୀ ଉନ୍ନୟନ ପାଇଁ ବିଭିନ୍ନ ଯୋଜନାମାନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଆଦିବାସୀ ବହୁଳ ତେଲକୋଇ ବ୍ଲକ୍‌ରେ ବିଦ୍ୟାର୍ଥୀମାନେ ବର୍ଷକୁ ଚାରିମାସ ପାଠପଢ଼ା ଭଳି ମୌଳିକ ଅଧିକାର ପାଇଁ ହୁଲିଡଙ୍ଗାର ସାହାରା ନେଉଥିବା ସରକାରଙ୍କ ଉନ୍ନୟନ କାର୍ଯ୍ୟକୁ ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking