21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଫେବୃଆରୀ ୧ରେ ସାଧାରଣ ବଜେଟ୍ : ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ

ଫେବୃଆରୀ ୧ରେ ସାଧାରଣ ବଜେଟ୍ : ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ଆଗାମୀ ୨୦୨୨-୨୩ ବର୍ଷ ପାଇଁ ଫେବୃଆରୀ ୧ ତାରିଖରେ ସଂସଦରେ ସାଧାରଣ ବଜେଟ୍ ଆଗତ କରାଯିବ । ବଜେଟ୍ ଅଧିବେଶନ ଦୁଇ ପର୍ଯ୍ୟାୟରେ ହେବ । ପ୍ରାଥମିକ ପର୍ଯ୍ୟାୟରେ ୩୧ ଜାନୁଆରୀରୁ ଆରମ୍ଭ ହୋଇ ୧୧ ଫେବୃଆରୀ ପର୍ଯ୍ୟନ୍ତ ଜାରି ରହିବ। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ୧୪ ମାର୍ଚ୍ଚରୁ ୮ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ । ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ସଂସଦର ବଜେଟ୍ ଅଧିବେଶନ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ।

ରାଷ୍ଟ୍ରପତି ସଂସଦର ଉଭୟ ସଦନକୁ ସଂଯୁକ୍ତ ଭାବେ ସମ୍ବୋଧିତ କରିବେ । ଦେଶରେ କରୋନାର ତୃତୀୟ ଲହର ଜାରି ରହିଥିବା ପରିପ୍ରେକ୍ଷୀରେ ଚଳିତ ବଜେଟ୍ ଚ୍ୟାଲେଞ୍ଜ୍‌ପୂର୍ଣ୍ଣ ରହିବ । ସରକାର ଚଳିତ ଆର୍ଥିକ ବର୍ଷରେ ୩.୭୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି । ଏଥିପାଇଁ ରାଷ୍ଟ୍ରପତି ଆବଶ୍ୟକୀୟ ଅନୁମୋଦନ ଦେଇସାରିଛନ୍ତି । ସୂଚନାଯୋଗ୍ୟ, ଆଗାମୀ ବଜେଟ୍ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୪ର୍ଥ ବଜେଟ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking