29.1 C
Bhubaneswar
Monday, November 18, 2024
Homeଓଡିଶାପଞ୍ଚାୟତ ଅଫିସ୍‌ରେ ଅଘଟଣ : ମଦ ପାଇଁ ପୁଅ ଟଙ୍କା ଦେଲାନି, ବାପାଙ୍କ ଆତ୍ମହତ୍ୟା

ପଞ୍ଚାୟତ ଅଫିସ୍‌ରେ ଅଘଟଣ : ମଦ ପାଇଁ ପୁଅ ଟଙ୍କା ଦେଲାନି, ବାପାଙ୍କ ଆତ୍ମହତ୍ୟା

ଦିଗପହଣ୍ଡି : ଦିଗପହଣ୍ଡି ବ୍ଲକ୍ ତଥା କେ.ନୂଆଗାଁ ଥାନାର ବମୋକେଇ ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ୍ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଆଜି ଆତ୍ମହତ୍ୟା କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା କେ.ନୂଆଗାଁ ଥାନାରେ  ପହଞ୍ôଚବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରିଛି । ଏନେଇ ଥାନାରେ ୧/୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ପଠେଇଥିବା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ବମୋକେଇ ଗ୍ରାମ ବଡସାହିର ରବି ପ୍ରଧାନ(୫୫) ।

ସେ ଜଣେ ମଦ୍ୟପ ପ୍ରକୃତିର ଲୋକ ଥିଲେ । ମଦ ପିଇବା ପାଇଁ ବିଭିନ୍ନ ସମୟରେ ପରିବାର ଲୋକଙ୍କ ସହିତ ଝଗଡ଼ା କରୁଥିଲେ । ରବି  ଆତ୍ମହତ୍ୟା କରିବା ପୂର୍ବରୁ ମଦ ପିଇବା ପାଇଁ ତାଙ୍କ ପୁଅକୁ ଟଙ୍କା ମାଗିଥିଲେ । କିନ୍ତୁ ପୂଅ ବାପାଙ୍କୁ ଟଙ୍କା ଦେଇନଥିଲା । ଏଥିରେ ରବି ପ୍ରଧାନ ଉତ୍ୟକ୍ତ ହୋଇ  ଘରୁ ବାହାରି ବମୋକେଇ ବଜାର ଛକକୁ ଯାଇ ବିଭିନ୍ନ ଲୋକଙ୍କ ଠାରୁ ପଇସା ମାଗିଥିଲେ । ତଥାପି ତାଙ୍କୁ କେହି ଦେଇନଥିଲେ । ଏଥିରେ ସେ ମାନସିକ ଭାରସାମ୍ୟ ହରାଇ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଆତ୍ମହତ୍ୟା କରିଥିବା ପୁଲିସ୍ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking