28.1 C
Bhubaneswar
Monday, November 18, 2024
Homeକରୋନାଟିକା ନେଇନଥିବା ଲୋକଙ୍କ ପାଇଁ ଓମିକ୍ରନ ବିପଜ୍ଜନକ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଟିକା ନେଇନଥିବା ଲୋକଙ୍କ ପାଇଁ ଓମିକ୍ରନ ବିପଜ୍ଜନକ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା : ଓମିକ୍ରନ ପ୍ରକରଣ କେବଳ ଦ୍ରୁତ ଗତିରେ ବିଶ୍ୱବାସୀଙ୍କୁ ସଂକ୍ରମିତ କରୁନାହିଁ । ଏହା ମଧ୍ୟ କୋଭିଡ-୧୯ର ଅନ୍ୟ ପ୍ରକରଣ ଭଳି ବିପଜ୍ଜନକ । ଏଥିରେ ଆକ୍ରାନ୍ତ ଲୋକ ହାସପାତାଳରେ ଭର୍ତ୍ତି ହେଉଛନ୍ତି । କେତେକଙ୍କର ମୃତ୍ୟୁ ଘଟୁଛି । ତେଣୁ ଏହାକୁ ହାଲୁକା ଭାବରେ ନିଆଯିବା ଅନୁଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରିୟେସସ୍‍ କହିଛନ୍ତି ଯେ ଯେଉଁମାନେ ଟିକା ନେଇନାହାନ୍ତି, ସେମାନଙ୍କ ପାଇଁ ଓମିକ୍ରନ ପ୍ରକରଣ ଅଧିକ ବିପଜ୍ଜନକ ସାବ୍ୟସ୍ତ ହେଉଛି। ତେବେ ଟିକାକରଣ ବ୍ୟାପକ କରାଯିବା ସହିତ କୋଭିଡ କଟକଣାକୁ ପାଳନ କଲେ ଏହି ପ୍ରକରଣର ମଧ୍ୟ ସଫଳତାର ସହିତ ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି । ଟେଡ୍ରୋସ କହିଛନ୍ତି, ଓମିକ୍ରନରେ ଆକ୍ରାନ୍ତ ବ୍ୟକ୍ତି କମ୍‍ ଗୁରୁତର ହେଉଥିଲେ ମଧ୍ୟ ଏହା ଏକ ବିପଜ୍ଜନକ ଭୂତାଣୁ ହୋଇ ରହିଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଏଥିପ୍ରତି ଅଧିକ ସଜାଗ ରହିବାକୁ ହେବ ।

ବିଶ୍ୱର ଅନେକ ସ୍ଥାନରେ ବହୁସଂଖ୍ୟକ ଲୋକ ଏବେ ମଧ୍ୟ ଟିକା ନେଇନାହାନ୍ତି । ଆଫ୍ରିକାରେ ୮୫% ଲୋକ ଏବେ ସୁଦ୍ଧା ପ୍ରଥମ ପାନ ଟିକା ନେଇନାହାନ୍ତି । ତେଣୁ ଟିକାକରଣରେ ରହିଥିବା ତାରତମ୍ୟ ଦୂର କରାନଯିବା ପର୍ଯ୍ୟନ୍ତ ମହାମାରୀର ସଫଳ ମୁକାବିଲା କରାଯାଉଛି ବୋଲି କୁହାଯାଇପାରିବ ନାହିଁ । ସେ ସ୍ମରଣ କରାଇ ଦେଇ କହିଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ୨୦୨୧ ସେପ୍ଟେମ୍ବର ସୁଦ୍ଧା ସେମାନଙ୍କ ଜନସଂଖ୍ୟାର ୧୦%, ଡିସେମ୍ବର ସୁଦ୍ଧା ୪୦% ଏବଂ ୨୦୨୨ ମଧ୍ୟଭାଗ ସୁଦ୍ଧା ୭୦% ଲୋକଙ୍କର ଟିକାକରଣ କରିବାକୁ ଦୃଢ ଇଛା ପ୍ରକାଶ କରିଥିଲେ । କିନ୍ତୁ ବିଶ୍ୱର ୯୦ଟି ରାଷ୍ଟ୍ରାରେ ଏପର୍ଯ୍ୟନ୍ତ ଟିକାକରଣ ୪୦%ରେ ପହଞ୍ଚିନାହିଁ । ସେମାନଙ୍କ ମଧ୍ୟରୁ ୩୬% ଏବେ ମଧ୍ୟ ୧୦%ରୁ କମ୍‍ ଟିକାକରଣରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking