27.1 C
Bhubaneswar
Sunday, September 29, 2024
Homeଓଡିଶାଶ୍ୱଶୁର ଘରେ ଜ୍ୱାଇଁର ସନ୍ଦେହଜନକ ମୃତ୍ୟୁ

ଶ୍ୱଶୁର ଘରେ ଜ୍ୱାଇଁର ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅଧୀନସ୍ଥ ତେଲିପାଳ ପଞ୍ଚାୟତ ଧଡ଼ାସାହି ଗ୍ରାମରେ ଶ୍ୱଶୁର ଘରେ ଜ୍ୱାଇଁର ଝୁଲନ୍ତା ମୃତଦେହ ଠାବ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ପୁରୁଣାପାଣି ଅଞ୍ଚଳର ଯୁବକ ପ୍ରଧାନ ସରେନ ବରହମପୁର ଥାନା ଅଧୀନସ୍ଥ ତେଲିପାଳ ପଞ୍ଚ।।ୟତ ଧଡ଼ାସାହି ଗ୍ରାମର ସାଇ ମୁର୍ମୁଙ୍କ ଝିଅକୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ବିଗତ କିଛି ଦିନ ଧରି ପ୍ରଧାନ ସରେନ ଧଡ଼ାସାହି ସ୍ଥିତ ଶ୍ୱଶୁର ଘରେ ରହି ଆସୁଥିଲେ ।

ମାତ୍ର ସୋମବାର ସକାଳୁ ପ୍ରଧାନ ସରେନ ଶୋଇବା ଘରେ ବେକରେ ଲୁଗା ସାହାଯ୍ୟରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପରେ ବରହମପୁର ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଖୋଳତାଡ଼ କରିଛି । ମୃତ ଦେହର ଗୋଡ଼ ଆଣ୍ଠେଇ ହୋଇ ଖଟ ଉପରେ ଝୁଲୁଥିବାର ଗ୍ରାମବାସୀମାନେ ହତ୍ୟା ଅଭିଯୋଗ ଆଣିଛନ୍ତି । ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲା ବେଳେ ବରହମପୁର ପୁଲିସ ସାଇଣ୍ଟିଫିକ ଟିମ୍ ଡକାଇ ଯାଞ୍ଚ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking