20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟ ନୋଟିସ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟ ନୋଟିସ

ଭୋପାଳ: ଏକ ମାନହାନି ମାମଲାରେ ମଧ୍ୟପ୍ରଦେଶର ବିଳାସପୁରସ୍ଥିତ ଏକ ଅଦାଲତ ସୋମବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏବଂ ଅନ୍ୟ ଦୁଇଜଣଙ୍କୁ ନୋଟିସ ଜାରି କରିଛନ୍ତି । ଅନ୍ୟ ଦୁଇଜଣ ହେଲେ ରାଜ୍ୟ ବିଜେପି ସଭାପତି ଭି.ଡି.ଶର୍ମା ଏବଂ ପୂର୍ତ୍ତମନ୍ତ୍ରୀ ଭୂପେନ୍ଦ୍ର ସିଂହ । ଫେବୃଆରୀ ୨୫ ସୁଦ୍ଧା ଜବାବ ଦାଖଲ କରିବାକୁ ଏହି ତିନିଜଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ଉଦ୍ଦିିଷ୍ଟ ଏକ ସଂରକ୍ଷଣ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଏହି ତିନିଜଣ କଂଗ୍ରେସର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆଇନଜୀବୀ ବିବେକ ତନ୍‌ଖାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏଥିରେ ଅପମାନିତ ମନେକରି ତନ୍‌ଖା ଏମାନଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking