29.1 C
Bhubaneswar
Monday, November 18, 2024
Homeଓଡିଶା୧୮ ଯାଏଁ +୨ ଫର୍ମ ପୂରଣ ଅବଧି ବଢ଼ିଲା

୧୮ ଯାଏଁ +୨ ଫର୍ମ ପୂରଣ ଅବଧି ବଢ଼ିଲା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ଚଳିତ ବର୍ଷର +୨ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ଜାନୁଆରୀ ୧୧ ତାରିଖ ଫର୍ମ ପୂରଣର ଶେଷ ଦିନ ଥିବା ବେଳେ ଏହାକୁ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ତେବେ ଏହି ତାରିଖରେ ଯେଉଁମାନେ ଫର୍ମ ପୂରଣ କରିବେ ସେମାନଙ୍କୁ ୪୫୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ଏକ୍ସ ରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆଶାନୁରୂପ ହୋଇ ନଥିବାରୁ ତାରିଖ ବୃଦ୍ଧି କରାଯାଇଥିବା ପରିଷଦ ଦର୍ଶାଇଛି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରେଗୁଲାର ଓ ଏକ୍ସ ରେଗୁଲାର ବର୍ଗର ପିଲାଙ୍କୁ ମିଶାଇ ୩ ଲକ୍ଷ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking