19.1 C
Bhubaneswar
Tuesday, November 19, 2024
Homeଓଡିଶାଦନ୍ତବିହୀନ ରାଜ୍ୟ ନିର୍ବାଚନ କମିଶନ: ବିଜେପି

ଦନ୍ତବିହୀନ ରାଜ୍ୟ ନିର୍ବାଚନ କମିଶନ: ବିଜେପି

 ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ ‘ଧର୍ମକୁ ଆଖି ଠାର’ ସଦୃଶ
 ଅବାଧ ଓ ନିରପେକ୍ଷ ନିର୍ବାଚନ ସନ୍ଦେହ ଘେରରେ
 ସଂରକ୍ଷଣରେ ତାଳମେଳ ନାହିଁ
 ଭୋଟର ତାଲିକାରେ ଚଂଚକତା ଓ ପ୍ରକାଶନରେ ବିଳମ୍ବ
 ପରିବର୍ତିତ ଭୋଟ ଗଣନା ବ୍ୟବସ୍ଥାରେ ସ୍ୱଚ୍ଛତା ରହିବ ନାହିଁ
 କରୋନା ସଂକ୍ରମଣ କାରଣରୁ ନିର୍ବାଚନକୁ ୨-୩ ମାସ ଘୁଂଚାଯାଉ
 ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା / ବ୍ଲକ୍ / ଜୋନ୍ ସ୍ତରୀୟ ନିୟୋଜିତ ଅଧିକାରୀମାନଙ୍କ ନାମ, ପଦବୀ ଓ ଟେଲିଫୋନ୍ ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜନୈତିକ ଦଳମାନଙ୍କୁ ଯୋଗାଇ ଦିଆଯାଉ
 ଭୋଟ ବକ୍ସ ସିଂଲି ସମୟରେ ପ୍ରାର୍ଥୀଙ୍କ ଏଜେଂଟଙ୍କୁ ସ୍ୱାକ୍ଷର ସମ୍ବଳିତ ଭୋଟଦାନ ବିବରଣୀ ପ୍ରଦାନ କରାଯାଉ
 ସ୍କୁଲ ପରିସର ବିଭିନ୍ନ ରାସ୍ତା କଡରେ ରହିଥିବା ସରକାରୀ ବିଜ୍ଞାପନକୁ ହଟାଯିବା ସହିତ ସନ୍ନିକଟ ସହରାଂଚଳ ଓ ଉପସହରାଂଚଳ ବିଜ୍ଞାପନଗୁଡିକ ମଧ୍ୟ ହଟାଯାଉ
 ୱାର୍ଡ ମେମ୍ବର ଏବଂ ସରପଂଚ ଏଜେଂଟ ନିଯୁକ୍ତ ପାଇଁ ସ୍ୱୀକୃତି ପତ୍ର ଦେବା ଦାୟିତ୍ୱ ପଂଚାୟତ ଅଧିକାରଙ୍କୁ ଦିଆଯାଉ
 ଭୋଟର ଚିରିକୁଟି ବଂଟନର ଦାୟିତ୍ୱ ଅଙ୍ଗନାୱାର୍ଡି ୱାର୍କର କିମ୍ବା ଆଶା ଦିଦୀଙ୍କୁ ଦିଆନଯାଉ
 କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଭୋଟ ଗଣତି ପୂର୍ବଭଳି ୱାର୍ଡରେ କରିବା ପାଇଁ ରାଜ୍ୟ ସରକାରଙ୍କ ପରିବର୍ତିତ କେନ୍ଦ୍ରୀୟ ଗଣତି ନିୟମବଳୀର ପରିବର୍ତନ କରାଯାଉ
 ଗଣତି ଘୋଷଣା ପ୍ରକ୍ରିୟାରେ ଅସାମଞ୍ଜସ୍ୟ ଦେଖାଗଲେ ଅଭିଯୋଗ ପାଇଁ ସମୟ ସୀମା ମାତ୍ର ୫ ମିନିଟ୍‌କୁ ବଢାଯାଉ ଏବଂ ଅଭିଯୋଗ ଗ୍ରହଣ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌କୁ ଦାୟିତ୍ୱ ଦିଆଯାଉ
 ନିର୍ବାଚନ ଅବଧି ମଧ୍ୟରେ ଈଚଗଙ୍କ ଚିଠି ଦ୍ୱାରା ଝଐଏ ସଦସ୍ୟମାନଙ୍କୁ ସଭାସ୍ଥଳକୁ ଯିବା ପାଇଁ ଚିଠି ଦେବା କିମ୍ବା ଫୋନ ମାଧ୍ୟମରେ ନିର୍ଦ୍ଦେଶ ଦେବା ବିରୋଧରେ କଟକଣା ଜାରି କରାଯାଉ

ଭୂବନେଶ୍ୱର,: ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଆହୁତ ଆଜିର ସର୍ବଦଳୀୟ ବୈଠକ ‘ଧର୍ମକୁ ଆଖି ଠାର’ ସଦୃଶ ଥିଲା । ଦନ୍ତବିହୀନ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ହାତବାରିସୀ ସାଜିଛନ୍ତି ଏବଂ ରାଜ୍ୟ ସରକାରଙ୍କ ସମସ୍ତ ନିଷ୍ପତିକୁ ଜବରଦସ୍ତ ଥୋପି ଦେଉଛନ୍ତି । ତେଣୁ ଅବାଧ ଓ ନିପେକ୍ଷ ପଂଚାୟତ ନିର୍ବାଚନକୁ ବିରାଟ ସନ୍ଦେହ ସୃଷ୍ଟି ହୋଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି । ଶ୍ରୀ ମାଝୀଙ୍କ ନେତୃତ୍ୱରେ ଏହି ବୈଠକରେ ପାର୍ଟୀ ତରଫରୁ ରାଜ୍ୟ ସଂପାଦକ ଅମର ନାୟକ, ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ଏବଂ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡା ଯୋଗ ଦେଇଥିଲେ ।
ପଂଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ କୈାଣସି ତାଳମେଳ ନାହିଁ । ରାଜ୍ୟର ବୃହତର ବର୍ଗ ୫୪ ପ୍ରତିଶତ ବିଶିଷ୍ଟ ପଛୁଆ ବର୍ଗଙ୍କ ପାଇଁ ଆବଶ୍ୟକୀୟ ଆରକ୍ଷଣ ପାଇଁ ପ୍ରାବଧାନ ଥିବା ସତ୍ୱେ ଚଳିତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସାମ୍ବାଧାନିକ ଅଧିକାରରୁ ବଂଚିତ କରାଯାଇ ଆଇନଗତ ପ୍ରତିବନ୍ଧକ ସୃଷ୍ଟି କରାଯାଇଛି । ସେହିପରି ଜନଜାତି ଓ ଅନୁସୂଚିତ ଜନଜାତି ପ୍ରାଥମିକ ପର୍ଯ୍ୟାୟର ସଂରକ୍ଷଣର ଚୁଡାନ୍ତ ତାଲିକା ପ୍ରକାଶନରେ ସ୍ଥିରୀକୃତ ମାନଦଣ୍ଡକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟର ୨୩ ଟି ଜିଲ୍ଲାରେ ଅନୁସୂଚିତ ଜନଜାତିର ଆବଶ୍ୟକୀୟ ପ୍ରତିନିଧିତ୍ୱରୁ ବଂଚିତ କରାଯାଇ ଆଇନଗତ ପ୍ରତିବନ୍ଧକ ସୃଷ୍ଟି କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ପ୍ରକାଶିତ ଚୁଡାନ୍ତ ସଂରକ୍ଷଣରେ ବିଭିନ୍ନ ବର୍ଗର ଜନସଂଖ୍ୟାର ପ୍ରତିଶତ ସହ ବର୍ତମାନର ପ୍ର୍ରକାଶିତ ଚୁଡାନ୍ତ ସଂରକ୍ଷଣର ତାଳମେଳ ରହୁନାହିଁ । ମାତ୍ର ଏକମାସ ପୂରଣ ନହେଉଣୁ ବିଭିନ୍ନ ବର୍ଗର ଜନସଂଖ୍ୟା ପ୍ରତିଶତର ପାର୍ଥକ୍ୟ ନିର୍ବାଚନ ଓ ସଂରକ୍ଷଣ ସ୍ଥିତିକୁ ସଂପୂର୍ଣ୍ଣ ସନ୍ଦେହ ଘେରକୁ ଠେଲି ଦେଇଛି । କଣାସ ବ୍ଲକ୍ ଗୋପୀନାଥପୁର ଗ୍ରା:ପ:ରେ ଅନୁସୂଚିତ ଜାତି ଅନୁପାତ ୪୨.୬% ଥିଲା ବେଳେ ଚୁଡାନ୍ତ ତାଲିକାରେ ଉକ୍ତ ଗ୍ରା:ପ:ର ଅନୁସୂଚିତ ଜାତି ସଂଖ୍ୟା ୧୨.୭୩% ହେବା ଆଶ୍ଚର୍ଯ୍ୟଜନକ ଓ ଅଗଣତାନ୍ତ୍ରୀକ । ସାରା ରାଜ୍ୟରେ ଏଭଳି ହେବା ଦୃଷ୍ଟିରୁ ଏହା ସଂପୂର୍ଣ୍ଣ ଅଗଣିତାନ୍ତ୍ରିକ । ଯାହାଫଳରେ ନ୍ୟାୟାଳୟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାର ନିଷ୍ପତିକୁ ଅସ୍ୱୀକାର କରାଯାଇନପାରେ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଭୋଟର ତାଲିକାରେ ବ୍ୟାପକ ଚଂଚକତା ଏବଂ ବିଳମ୍ବରେ ପ୍ରକାଶନ କରାଯିବା କାରଣରୁ ବହୁ ସଂଖ୍ୟାରେ ଭୋଟରମାନେ ନିଜ ମତଦାନ ଦେବାରୁ ବଂଚିତ ରହିବେ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ତା.୧୪.୧୨.୨୦୨୧ ଏବଂ ପରବର୍ତୀ ସମୟରେ ତା.୧୮.୧୨.୨୦୨୧ ତାରିଖରେ ସମସ୍ତ ରାଜ୍ୟ ଓ ଜାତୀୟ ଦଳକୁ ବିନା ମୂଲ୍ୟରେ ଏବଂ ଆଗ୍ରହୀ ପକ୍ଷଙ୍କୁ ଦେୟ ମୂଲ୍ୟରେ ଭୋଟର ତାଲିକା ଯୋଗାଇ ଦେବାକୁ ଥିବା ନିର୍ଦ୍ଦେଶନାମାକୁ ଖୋଲାଖୋଲି ଭାବେ ଊ.ଋ.ଙ/ଊ.ଚ.ଙ ମାନେ ଅସ୍ୱୀକାର କରିଛନ୍ତି, ଯାହା ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଭଦ୍ରକ ଊ.ଋ.ଙ ବକ୍ତବ୍ୟରୁ ସୁସ୍ପଷ୍ଟ ହୋଇଛି । ବଡଚଣା ବ୍ଳକ୍ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଂଚାୟତର ଭୋଟର ତାଲିକା ବିଭ୍ରାଟକୁ ଯାଜପୁର ଜିଲ୍ଲାପାଳ ଚିଠି ନଂ ୭୮/ ତା.୦୬.୦୧.୨୦୨୨ ରିଖରେ ସ୍ୱୀକାର କରିବା ସହିତ ଏହାର ସଂଶୋଧନ ନିମିତ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଅନୁମତି ଭିକ୍ଷାରେ ନିର୍ବାଚନ ଆୟୋଗଙ୍କ ସଚିବଙ୍କୁ ପତ୍ର ପ୍ରେରଣ କରିଛନ୍ତି ଯାହାଫଳରେ ଚୁଡାନ୍ତ ଭୋଟର ତାଲିକାର ପୂର୍ଣ୍ଣାଙ୍ଗ ପ୍ରକ୍ରିୟା ଅଦ୍ୟାବଧି ଅସଂପୂର୍ଣ୍ଣ ରହିଅଛି । ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ ଅପେକ୍ଷାରେ ଥିଲାବେଳେ ନିର୍ବାଚନ କିପରି ସମ୍ଭବ? ସଂପୃକ୍ତ ଋ.ଜ.ଙ-ମଙ୍କଜ୍ଞ-ଈ.ଊ.ଙଙ୍କ ଏତାଦୃଶ ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଶ୍ରୀ ମାଝୀ ଦାବୀ ଜଣାଇଛନ୍ତି ।
ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ପରିବର୍ତିତ ଭୋଟ ଗଣତି ବ୍ୟବସ୍ଥାରେ ସ୍ୱଚ୍ଛତା ରହିବ ନାହିଁ । ରାଜ୍ୟରେ ଜିଲ୍ଲା ପରିଷଦ, ବ୍ଲକ୍‌, ପଂଚାୟତ ଓ ୱାର୍ଡର ୧୦୬୩୫୧ ଜଣ ପ୍ରତିନିଧିମାନଙ୍କ ନିର୍ବାଚନ ପ୍ରକ୍ରିୟାରେ ଭୋଟ ଗଣତିରେ ପ୍ରାୟ ୭ ଲକ୍ଷରୁ ଉର୍ଦ୍ଧ୍ୱ ଉକ୍ଟଙ୍କଦ୍ଭଗ୍ଧସଦ୍ଭଶ ଇଶରଦ୍ଭଗ୍ଧ ମାନଙ୍କର ଆବଶ୍ୟକତା ଅଛି ଏବଂ ସର୍ବନିମ୍ନ ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ଗଣତିରେ ପ୍ରାୟ ୭ଶହରୁ ଉର୍ଦ୍ଧ୍ୱ ଉକ୍ଟଙ୍କଦ୍ଭଗ୍ଧସଦ୍ଭଶ ଇଶରଦ୍ଭଗ୍ଧ ରାଜ୍ୟ ସରକାରଙ୍କ ପରିବର୍ତିତ ନିୟମ ଅନୁଯାୟୀ ଆବଶ୍ୟକ ପଡିବେ । କୋଭିଡ୍ କଟକଣା ସହ ଏହା କିପରି ସମ୍ଭବ ଏହାର ଏକ ଊରଜ୍ଞକ୍ଟ ପ୍ରଦର୍ଶନ ସହ ବିଧିବଦ୍ଧ ନିର୍ଦ୍ଦେଶନାମା ରାଜ୍ୟ ନିର୍ବାଚନ ଆୟୁକ୍ତ ପ୍ରଦାନ କରନ୍ତୁ । ଭୋଟ ଗ୍ରହଣ ଓ ଗଣତିକେନ୍ଦ୍ର ଉଭୟରେ ସ୍ୱଚ୍ଛ, ଅବାଧ ତଥା ନିରପେକ୍ଷ ନିର୍ବାଚନ ପାଇଁ ଉଉଞଠ ଲାଗିବାର ବନ୍ଦୋବସ୍ତ କରିବାକୁ ଶ୍ରୀ ମାଝୀ ଦାବୀ କରିଛନ୍ତି ।
ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା / ବ୍ଲକ୍ / ଜୋନ୍ ସ୍ତରୀୟ ନିୟୋଜିତ ଅଧିକାରୀମାନଙ୍କ ନାମ, ପଦବୀ ଓ ଟେଲିଫୋନ୍ ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜନୈତିକ ଦଳମାନଙ୍କୁ ଯୋଗାଇ ଦିଅନ୍ତୁ । ଭୋଟ ବକ୍ସ ସିଂଲି ସମୟରେ ପ୍ରାର୍ଥୀଙ୍କ ଏଜେଂଟଙ୍କୁ ସ୍ୱାକ୍ଷର ସମ୍ବଳିତ ଭୋଟଦାନ ବିବରଣୀ ପ୍ରଦାନ କରାଯାଉ । ସ୍କୁଲ ପରିସର ବିଭିନ୍ନ ରାସ୍ତା କଡରେ ରହିଥିବା ସରକାରୀ ବିଜ୍ଞାପନକୁ ହଟାଯାଉ । ପଂଚାୟତ ନିର୍ବାଚନ ସନ୍ନିକଟ ସହରାଂଚଳ ଓ ଉପସହରାଂଚଳ ବିଜ୍ଞାପନ ଗୁଡିକ ମଧ୍ୟ ହଟାଯିବା ଏକାନ୍ତ ଜରୁରୀ । ୱାର୍ଡ ମେମ୍ବର ଏବଂ ସରପଂଚ ଏଜେଂଟ ନିଯୁକ୍ତ ପାଇଁ ସ୍ୱୀକୃତି ପତ୍ର ଦେବା ଦାୟିତ୍ୱ ପଞ୍ଚାୟତ ଅଧିକାରଙ୍କୁ ଦିଆଯାଉ । ଭୋଟର ଚିରିକୁଟି ବଂଟନର ଦାୟିତ୍ୱ ଅଙ୍ଗନାୱାର୍ଡି ୱାର୍କର କିମ୍ବା ଆଶା ଦିଦୀଙ୍କୁ ଦିଆନଯାଉ । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଭୋଟ ଗଣତି ପୂର୍ବଭଳି ୱାର୍ଡରେ କରିବା ପାଇଁ ରାଜ୍ୟ ସରକାରଙ୍କ ପରିବର୍ତିତ କେନ୍ଦ୍ରୀୟ ଗଣତି ନିୟମବଳୀର ପରିବର୍ତନ କରାଯାଉ । ଗଣତି ଘୋଷଣା ପ୍ରକ୍ରିୟାରେ ଅସାମଞ୍ଜସ୍ୟ ଦେଖାଗଲେ ଅଭିଯୋଗ ପାଇଁ ସମୟ ସୀମା ମାତ୍ର ୫ ମିନିଟ୍‌କୁ ବଢାଯାଉ ଏବଂ ଅଭିଯୋଗ ଗ୍ରହଣ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌କୁ ଦାୟିତ୍ୱ ଦିଆଯାଉ । ନିର୍ବାଚନ ଅବଧି ମଧ୍ୟରେ ଈଚଗଙ୍କ ଚିଠି ଦ୍ୱାରା ଝଐଏ ସଦସ୍ୟମାନଙ୍କୁ ସଭାସ୍ଥଳକୁ ଯିବା ପାଇଁ ଚିଠି ଦେବା କିମ୍ବା ଫୋନ ମାଧ୍ୟମରେ ନିର୍ଦ୍ଦେଶ ଦେବା ବିରୋଧରେ କଟକଣା ଜାରି କରାଯାଉ ଏବଂ ଏପରି ଘଟଣା ଘଟିଲେ ସେ ସଭାରେ ଉପସ୍ଥିତ ଥିବା ପ୍ରାର୍ଥୀମାନଙ୍କର ପ୍ରାର୍ଥୀତ୍ୱ ନାକଚ କରାଯିବା ପାଇଁ ଶ୍ରୀ ମାଝୀ ଦାବୀ କରିଛନ୍ତି । ଏଥି ସହ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ନିର୍ବାଚନକୁ ୨-୩ ମାସ ଘୁଂଚାଯାଉ ବୋଲି ଶ୍ରୀ ମାଝୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking