21.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶବର୍ତ୍ତମାନ ୫-୧୦% ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ଶୀଘ୍ର ବଦଳିପାରେ ସ୍ଥିତି : କେନ୍ଦ୍ର ସରକାର

ବର୍ତ୍ତମାନ ୫-୧୦% ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ଶୀଘ୍ର ବଦଳିପାରେ ସ୍ଥିତି : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବର୍ତ୍ତମାନ ୫-୧୦% ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ହେଲେ ଶୀଘ୍ର ବଦଳିପାରେ ସ୍ଥିତି । ଆଜି ଏଭଳି କହି ଲୋକଙ୍କୁ ଚେତାଇ ନେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସକ୍ରିୟ ମାମଲାର ମାତ୍ର ୫ ରୁ ୧୦ପ୍ରତିଶତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଛି । ତେବେ ପରିସ୍ଥିତି ଶୀଘ୍ର ବଦଳିପାରେ ବୋଲି ସରକାର ଚେତାବନୀ ଦେଇଛନ୍ତି । କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ ଏକ ଚିଠି ଲେଖାଯାଇଛି । ସେଥିରେ କୁହାଯାଇଛି ଯେ, “ଦ୍ୱିତୀୟ ଲହରରେ ସକ୍ରିୟ ମାମଲାର ୨୦-୨୩% ହସ୍ପିଟାଲରେ ଭର୍ତ୍ତି ହେଉଥିଲେ, ଯାହା ବର୍ତ୍ତମାନର ସଂଖ୍ୟାଠାରୁ ଖୁବ ଅଧିକ । ହେଲେ ସତର୍କ ନରହିଲେ ଦ୍ୱିତୀୟ ଲହର ଭଳି ସ୍ଥିତି ଉପୁଜିବ ବୋଲି ସରକାର ଚେତାଇ ଦେଇଛନ୍ତି । ସମୁଦାୟ ସକ୍ରିୟ ମାମଲା, ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟା, ଘରୋଇ ସଙ୍ଗରୋଧରେ ରହୁଥିବା ରୋଗୀଙ୍କ ସଂଖ୍ୟା, ଅମ୍ଳଜାନ ଶଯ୍ୟାର ସ୍ଥିତି, ଆଇସିୟୁ ବେଡ୍ ଏବଂ ଭେଣ୍ଟିଲେଟର ସହାୟତା ଉପରେ ନଜର ରଖିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛି । ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସରକାର ଏହି ଉପଦେଶଗୁଡ଼ିକ ରାଜ୍ୟମାନଙ୍କୁ ଦେଇଛନ୍ତି । ସ୍ୱାସ୍ଥ୍ୟ ସୁବିଧା ଦ୍ୱାରା ଆଦାୟ କରାଯାଉଥିବା ଅର୍ଥର ଯଥାର୍ଥତା ନିଶ୍ଚିତ କରିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛି । ତେବେ ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ କରୋନାଭାଇରସ୍‌?ଜନିତ ନୂତନ ସଂକ୍ରମଣ ଓ ୧୪୬ମୃତ୍ୟୁ ରେକର୍ଡ କରାଯାଇଛି । ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୧୨.୬% ଅଧିକ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୭,୦୭,୭୨୭ରେ ପହଞ୍ଚିଛି । ଦିନୁକୁ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ଏବେଠୁ ସତର୍କ ରହିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking