29.1 C
Bhubaneswar
Monday, November 18, 2024
Homeଓଡିଶାକରୋନା ହଟ୍‌ସ୍ପଟ୍ ଭୁବନେଶ୍ୱର!

କରୋନା ହଟ୍‌ସ୍ପଟ୍ ଭୁବନେଶ୍ୱର!

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ବେକାବୁ ହେଉଛି କରୋନା ସଂକ୍ରମଣ । ଫଳରେ ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଉଛି । ଶନିବାର ମହାନଗର ନିଗମର ୩ଟି ଜୋନ୍‌ରୁ ୨୧ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଓ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଅପରପକ୍ଷେ ଉତ୍ତର ଜୋନ୍‌ର ୱାର୍ଡ ନମ୍ବର ୧୬ ଅନ୍ତର୍ଗତ ଏକ୍ସଆଇଏମ୍‌ବି ଇନଷ୍ଟିଚ୍ୟୁଟ୍‌ରୁ ୩୦ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ବିଏମ୍‌ସିର ମୁଣ୍ଡବିନ୍ଧା ପାଲଟିଛି । ଫଳରେ ଇନ୍‌ଷ୍ଟିଚ୍ୟୁଟର ହଷ୍ଟେଲ ଷ୍ଟୁଡିଓ ଆପାର୍ଟମେଣ୍ଟକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ସମୟରେ ହଷ୍ଟେଲ ଛାତ୍ରଛାତ୍ରୀ ବାହାରକୁ ବାହାରି ପାରିବେନି । ବିଏମ୍‌ସି ପକ୍ଷରୁ ସେମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯିବ । ଏଥିସହ କଲେଜ କ୍ୟାମ୍ପସ ପରିସରରେ ଥିବା ଅନ୍ୟ ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀଙ୍କର ଆରଟିପିସିଆର୍ ଟେଷ୍ଟ କରାଯିବ ବୋଲି ସୂଚନା ଦିଆଯାଇଛି ।

ସମ୍ପୃକ୍ତ ଜୋନ୍‌ର ୱାର୍ଡ ନମ୍ବର ୯ ଅନ୍ତର୍ଗତ ଗାଡ଼କଣର ନେତାଜୀ ସୁବାସ ଏନ୍‌କ୍ଲେଭର ଜି-୩, ୱାର୍ଡ ନମ୍ବର ୨ ଅନ୍ତର୍ଗତ ପଟିଆର ଖାରବେଳ ଇଷ୍ଟ ଭ୍ୟୁ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ୧୧୮ ଓ ୱାର୍ଡ ନମ୍ବର ୪ ଅନ୍ତର୍ଗତ ହସଂପାଳର ଲକ୍ଷ୍ମୀ ରେସିଡେନ୍ସିକୁ କଣ୍ଟେନ୍‌ମେଣ୍ଟ କରାଯାଇଛି । ସେହିପରି ଦକ୍ଷିଣପୂର୍ବ ଜୋନ୍‌ର ୱାର୍ଡ ନମ୍ବର ୨୮ ଅନ୍ତର୍ଗତ ଆଚାର୍ଯ୍ୟବିହାର ଉତ୍କଳ ଭିଲ୍ଲାର ବ୍ଲକ୍ ଡି ଫ୍ଲାଟ ନମ୍ବର ୩୦୧, ବ୍ଲକ୍ ଡି ଫ୍ଲାଟ୍ ନମ୍ବର ୪୦୧, ୱାର୍ଡ ନମ୍ବର ୫୬ ଅନ୍ତର୍ଗତ ଲୁଇସରୋଡ୍ ପ୍ରହଲ୍ଲାଦ ରେସିଡେନ୍ସିର ପ୍ଲଟ ନମ୍ବର ୨୬୪, ଟଙ୍କପାଣିରୋଡ ତରୁ ଆପାର୍ଟମେଣ୍ଟ ନିକଟସ୍ଥ ପ୍ଲଟ ନମ୍ବର ୭୨୨/୭୩୮, ୱାର୍ଡ ନମ୍ବର ୫୮ ଅନ୍ତର୍ଗତ ଟଙ୍କପାଣିରୋଡ୍ ବ୍ରହ୍ମେଶ୍ୱର ହାଟ୍ ନିକଟସ୍ଥ ପ୍ଲଟ୍ ନମ୍ବର ୩୮୮୯/୨, ବ୍ରହ୍ମେଶ୍ୱର ମନ୍ଦିର ପଛ ଏଚ୍‌ପି ଗ୍ୟାସ ଗୋଦାମ ନିକଟସ୍ଥ ପ୍ଲଟ୍ ନମ୍ବର ୨୭୬୨, ୱାର୍ଡ ନମ୍ବର ୫୯ ଅନ୍ତର୍ଗତ ନୂଆଗାଁ ସ୍ଥିତ ମାଧବାଣୀ ଏନ୍‌କ୍ଲେଭ ଫ୍ଲାଟ୍ ନମ୍ବର ୩୦୧, ୱାର୍ଡ ନମ୍ବର ୨୯ ଅନ୍ତର୍ଗତ ୟୁନିଟ-୯ ସ୍ଥିତ କୃଷ୍ଣକୁଞ୍ଜ ଆପାର୍ଟମେଣ୍ଟର ପ୍ଲଟ୍ ନମ୍ବର ୧୧୪୯, ୱାର୍ଡ ନମ୍ବର ୫୭ ଅନ୍ତର୍ଗତ ବଡ଼ଗଡ଼ ବ୍ରିଟ୍ କଲୋନୀର ପ୍ଲଟ୍ ନମ୍ବର ଏମ୍‌ବି ୩୨ ଏବଂ ୱାର୍ଡ ନମ୍ବର ୬୦ ଅନ୍ତର୍ଗତ ପୁରୁଣା ଭୁବନେଶ୍ୱର ଡାକବଙ୍ଗଳା ଛକ ସ୍ଥିତ ପ୍ଲଟ୍ ନମ୍ବର ୧୦୮୭କୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।

ଦକ୍ଷିଣପଶ୍ଚିମ ଜୋନର ୬ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି । ସେଗୁଡ଼ିକ ମଧ୍ୟରେ ୱାର୍ଡ ନମ୍ବର ୨୩ ଅନ୍ତର୍ଗତ କଳିଙ୍ଗ ନଗରର ବିପୁଲ୍ ଗାର୍ଡେନ ଟାୱାର-୧ର ଫ୍ଲାଟ୍ ନମ୍ବର ୬୦୧ । ଏଠାରୁ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୱାର୍ଡ ନମ୍ବର ୨୩ ଅନ୍ତର୍ଗତ ଖଣ୍ଡଗିରି ବାରିର ଅନ୍ନପୂର୍ଣ୍ଣା ଫାଇନାନ୍ସରୁ ୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, କଳିଙ୍ଗ ନଗର ଗାଲାକ୍ସି ରେସିଡେନ୍ସିର ଫ୍ଲାଟ୍ ନମ୍ବର ଜେ-୨୧୪ରୁ ୪ଜଣ, ୱାର୍ଡ ନମ୍ବର ୬୨ ଅନ୍ତର୍ଗତ ପୋଖରୀପୁଟ ବିଡିଏ କଲୋନୀର ଏମ୍‌ଆଇଜି-୭୮ରୁ ୩ଜଣ, ୱାର୍ଡ ନମ୍ବର ୬୩ ଅନ୍ତର୍ଗତ ଜାଗମରାର ସିଦ୍ଧି ବିହାର ପ୍ଲଟ୍ ନମ୍ବର ବି-୨୨ରୁ ୪ଜଣ ଏବଂ ୱାର୍ଡ ନମ୍ବର ୪୬ ଅନ୍ତର୍ଗତ ସୂର୍ଯ୍ୟ ନଗରର ପ୍ଲଟ୍ ନମ୍ବର ୨୩ରୁ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଣ୍ଟେନ୍‌ମେଣ୍ଟ ସମୟରେ ସମ୍ପୃକ୍ତ ଅଞ୍ଚଳକୁ ଯିବା ଆସିବା ଉପରେ ରୋକ ଲଗାଯାଇଛି । ଏହି ସମୟରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସର ଯୋଗାଇବା ସହ ସେମାନଙ୍କ ମେଡିକାଲ ସହାୟତା ପାଇଁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦିଷ୍ଟ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking