19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଭୟଙ୍କର ବିସ୍ଫୋରଣ ପରେ ତାରକାଗୁଣ୍ଡ ପାଲଟିଗଲା ସୂର୍ଯ୍ୟଠାରୁ ୧୦ ଗୁଣ ବଡ଼ ଲାଲ୍ ନକ୍ଷତ୍ର

ଭୟଙ୍କର ବିସ୍ଫୋରଣ ପରେ ତାରକାଗୁଣ୍ଡ ପାଲଟିଗଲା ସୂର୍ଯ୍ୟଠାରୁ ୧୦ ଗୁଣ ବଡ଼ ଲାଲ୍ ନକ୍ଷତ୍ର

ନୂଆଦିଲ୍ଲୀ: ସୂର୍ଯ୍ୟଠାରୁ ୧୦ ଗୁଣ ବଡ଼ ତାରାଟିଏ ଫାଟି ଯାଇ ‘ସୁପର୍‌ନୋଭା’ (ଅତି ଉଜ୍ଜ୍ୱଳ ନକ୍ଷତ୍ରରାଜି) ପାଲଟିଥିବା ଦୃଶ୍ୟ ପ୍ରଥମ କରି ଜ୍ୟୋତିର୍ବିଜ୍ଞାନୀମାନେ ଦେଖିଛନ୍ତି । ବର୍କେଲିସ୍ଥିତ ‘ନର୍ଥୱେଷ୍ଟର୍ଣ୍ଣ ୟୁନିଭର୍ସିଟି’ ଏବଂ ‘ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ’ର ଗବେଷକମାନେ ଧ୍ୱଂସାଭିମୁଖୀ ଉକ୍ତ ବୃହଦ୍‌କାୟ ଲାଲ୍ ତାରାର ଶେଷ ୧୩୦ ଦିନ ଦେଖିଥିଲେ । ଲାଲ୍ ରଙ୍ଗର ବୃହଦ୍‌କାୟ ତାରାଗୁଡ଼ିକ ଶେଷ ଅବସ୍ଥା ବେଳକୁ ସାଧାରଣତଃ ନିଷ୍କ୍ରିୟ ହୋଇପଡ଼ନ୍ତି ବୋଲି ଜ୍ୟୋତିର୍ବିଜ୍ଞାନୀଙ୍କର ଧାରଣା ଥିଲା । କିନ୍ତୁ, ସେ ସବୁ ଯେ, ଅତି ଭୟଙ୍କର ଭାବେ ବିସ୍ଫୋରିତ ହୁଅନ୍ତି ବା ଉଜ୍ଜ୍ୱଳ ନକ୍ଷତ୍ରଗୁଣ୍ଡ ପାଲଟି ଯାଆନ୍ତି, ତାହା ସେମାନେ ଜାଣି ନ ଥିଲେ । ଅଭ୍ୟନ୍ତରୀଣ ପରିବର୍ତ୍ତନ ଯୋଗୁଁ କେତେକ ଲାଲ୍ ତାରକାଙ୍କର ଏଭଳି ପରିଣତି ହେଉଛି ବୋଲି ସେମାନେ କହୁଛନ୍ତି । ଉକ୍ତ ବିଧ୍ୱସ୍ତ ତାରାକୁ ୨୦୨୦ରେ ପ୍ରଥମେ ମାଉଇସ୍ଥିତ ହେଲିକାଲ୍‌ରେ ‘ୟୁନିଭର୍ସିଟି ଅଫ୍ ହାୱାଇ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଆଷ୍ଟ୍ରୋନମି ପାନ୍‌-ଷ୍ଟାର୍‌ର୍ସ’ ପ୍ରଥମେ ଚିହ୍ନଟ କରିଥିଲେ । ବୃହଦ୍‌କାୟ ଲାଲ୍ ପିଣ୍ଡରୁ ବ୍ୟାପକ ପରିମାଣର ଆଲୋକ ପ୍ରତିଫଳନ ହେବା ଯୋଗୁଁ ସେହି ତାରକାଟିକୁ ଚିହ୍ନଟ କରାଯାଇ ପାରିଥିଲା । ଏହାର ମାସକ ପରେ ତାହା ‘ସୁପରନୋଭା’ ପାଲଟି ଆକାଶକୁ ଆଲୋକିତ କରିଥିଲା । ଜ୍ୟୋତିର୍ବିଜ୍ଞାନୀମାନେ ଏହି ଦୃଶ୍ୟର ଫଟୋ ଉତ୍ତୋଳନ କରି ବିସ୍ଫୋରଣର ନାଁ ଦେଇଛନ୍ତି ‘ସୁପର୍‌ନୋଭା ୨୦୨୦ଟିଏଲ୍‌ଏଫ୍‌’ । ଏଥିପାଇଁ ସେମାନେ ହାୱାଇର ମେନାକିଆରେ ଥିବା ‘ଡବ୍ଲୁଏମ୍ କେକ୍ ଅବର୍ଜର୍‌ଭେଟରି’ର ‘ଲୋ-ରିଜୋଲ୍ୟୁସନ୍ ସ୍ପେକ୍ଟ୍ରୋମିଟ’ ବ୍ୟବହାର କରି ସେହି ତାରକା ବିସ୍ଫୋରଣ ପରେ ତା’ ଚାରିପଟେ ବଳୟ ପରି ବେଢ଼ିଥିବା ଅତି ଉଜ୍ଜ୍ୱଳ ବହଳ ତାରକାଗୁଣ୍ଡ ଦେଖିଥିଲେ । ଏହି ଗବେଷଣା ପତ୍ରର ରଚୟିତା ରାଫେଲା ମାର୍ଗଟି କହନ୍ତି, ଘଟଣାଟି ଥିଲା ‘ଟିକ୍ ଟିକ୍‌’ କରୁଥିବା ଟାଇମ୍ ବମ୍‌କୁ ଦେଖିବା ପରି । ମରଣାଭିମୁଖୀ ବୃହଦ୍‌କାୟ ଲାଲ୍ ତାରକା ଏଭଳି ଭୟାନକ ଭାବେ ଫାଟିବା ଏବଂ ଏତେ ଆଲୋକ ବିଚ୍ଛୁରିତ କରିବା ଆମେ କେଭେ ଜାଣି ନ ଥିଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking