ଉତ୍ତରାଖଣ୍ଡ : ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ନିର୍ବାଚନ ରାଲି ଉପରେ ଲାଗିଲା କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ହେବନି ନିର୍ବାଚନୀ ରାଲି। ଏଥିସହ ବିରୋଧ ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ ଚଳିତବର୍ଷ ଉତ୍ତରାଖଣ୍ଡ ସମେତ ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ କରୋନା ସଂକ୍ରମଣ ସାରା ଦେଶରେ ବଢ଼ିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ଗତକାଲି ଉତ୍ତରାଖଣ୍ଡରେ ୬୩୦ କରୋନା ପଜିଟିଭ୍ ମାମଲା ଆସିଥିଲା । ପରେ ସରକାର ଏପରି ଏକ ନିଷ୍ପତ୍ତି ନେଇଥିଲେ । ଉତ୍ତରାଖଣ୍ଡରେ ନାଇଟ୍ କର୍ଫ୍ୟୁ ଓ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଉତ୍ତରାଖଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ପରେ ଅନ୍ୟ ରାଜ୍ୟରେ ବି ନିର୍ବାଚନ ରାଲି ଉପରେ କଟକଣା ଲାଗିପାରେ ବୋଲି ଆଶା କରାଯାଉଛି ।