ବେତନଟୀ : ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁ କୋଇଡାରୁ ମୁର୍ସିଦାବାଦର ସମ୍ରାଟ ଶେଖକୁ ଗିରଫ କରି ଥିବାର ଜଣା ପଡିଛି । ୬ ମାସ ପୂର୍ବେ ବାରିପଦାରେ ମିସ୍ତ୍ରୀ କାମ କରୁ ଥିବା ବେଳେ ସମ୍ରାଟର ପତ୍ନୀ ଚୁମକି ଖାତୁନ ତାଙ୍କୁ ଭେଟିବାକୁ ଆସି ଥିଲେ । ଚୁମକିକୁ ସମ୍ରାଟ ହତ୍ୟା କରି ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର କେନ୍ଦୁଖାଳ ନିକଟରେ ଏକ ହିଡ ପାଖରେ ବସାଇ ଦେଇ ଫେରାର ହୋଇଯାଇଥିଲା । ଚୁମୁକିର ପରିବାର ଲୋକ ଏଠାକୁ ଆସିବା ପରେ ତାଙ୍କ କନ୍ୟାକୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗକ୍ରମେ ବେତନଟୀ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା ।
ଏହି ଘଟଣାର ତଦନ୍ତ ଭାର ଆଇଆଇସି ରେଣୁବାଳା ନେବା ସହିତ ବିଭିନ୍ନ ସ୍ଥାନରେ ତଲାସି ଅଭିଯାନ ଜାରି ରଖିଥିଲେ । ସମ୍ରାଟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ଆବେଦନ ନାମଞ୍ଜୁର ହେବାକୁ ସମ୍ରାଟକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇ ଥିବାର ଜଣା ପଡିଛି । ଆଜି କୋର୍ଟ ଚାଲାଣ ପୂର୍ବରୁ ପୋଲିସ ସମ୍ରାଟକୁ ନେଇ ଚୁମକୀକୁ ହତ୍ୟା କରି ଫିଙ୍ଗା ଯାଇ ଥିବା ସ୍ଥାନକୁ ଦେଖାଇ ଥିଲେ ଓ ସମ୍ରାଟ ଚୁମକୀକୁ ଏଠାରେ ଫିଙ୍ଗି ଥିବାର ପୋଲିସ ସମ୍ମୁଖରେ ସ୍ୱୀକାର କରିଛି ।