20.1 C
Bhubaneswar
Tuesday, November 19, 2024
Homeଖେଳହେନ୍ସ ୱେଷ୍ଟଇଣ୍ଡିଜ୍‌ର ନୂଆ ମୁଖ୍ୟ ସିଲେକ୍ଟର

ହେନ୍ସ ୱେଷ୍ଟଇଣ୍ଡିଜ୍‌ର ନୂଆ ମୁଖ୍ୟ ସିଲେକ୍ଟର

ନୂଆଦିଲ୍ଲୀ : ମହାନ୍ ବ୍ୟାଟ୍ସମ୍ୟାନ୍ ଦେଶମଣ୍ଡ୍ ହେନ୍ସ ୱେଷ୍ଟଇଣ୍ଡିଜ୍ ପୁରୁଷ ଟିମ୍‌ର ମୁଖ୍ୟ ସିଲେକ୍ଟର ନିଯୁକ୍ତ ହୋଇଛନ୍ତି ।  ୬୫ ବର୍ଷୀୟ ପୂର୍ବତନ ଓପ୍ନର୍ ବ୍ୟାଟ୍ସମ୍ୟାନ୍ ରୋଜର୍ ହାର୍ପର୍‌ଙ୍କ ସ୍ଥାନ ନେବେ ଏବଂ ୨୦୨୪ ଜୁନ୍ ପର୍ଯ୍ୟନ୍ତ ଏହି ପଦରେ ରହିବେ । ଏହି ସମୟ ମଧ୍ୟରେ ଦୁଇଟି ଟି-୨୦ ବିଶ୍ୱକପ୍‌, ଦିନିକିଆ ବିଶ୍ୱକପ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍ ଫାଇନାଲ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଜାରୀ ଏକ ବୟାନ୍‌ରେ ହେନ୍ସ କହିଛନ୍ତି ‘ଆମ କ୍ରିକେଟ୍ ବ୍ୟବସ୍ଥାରେ ସିଲେକ୍ଟର୍‌ଙ୍କର ବଡ଼ ଭୂମିକା ରହିଛି ଏବଂ ମୁଁ ଏହି ପଦରେ ନିଯୁକ୍ତ ହୋଇ ନିଜକୁ ଗୌରବାନ୍ୱିତ ମନେ କରୁଛି ।’

ସେ ଆହୁରି କହିଥିଲେ ଯେ, ‘ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ର ସେବା କରିବା ନିମନ୍ତେ ଏହା ମୋ ପାଇଁ ଏକ ସୁଯୋଗ । ମୁଁ ନିରପେକ୍ଷ ଓ ପେସାଦାର ମନୋବୃତ୍ତି ସହ ଏହି କାର୍ଯ୍ୟ ସମ୍ପାଦନ କରିବି । ହେନ୍ସ ୧୯୭୮ରୁ ୧୯୯୪ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୨୩୮ ଦିନିକିଆ ଓ ୧୧୬ ଟେଷ୍ଟ ମ୍ୟାଚ୍ ଖେଳି ମୋଟ ୭୪୮୭ ରନ୍ ସଂଗ୍ରହ କରିଛନ୍ତି । କ୍ରିକେଟ୍‌ରେ ହେନ୍ସଙ୍କ ଅନୁଭବ ଓ ଜ୍ଞାନ ଅଦ୍ୱିତୀୟ । ଏହି କାମ ପାଇଁ ଠିକ୍ ସମୟରେ ସେ ଠିକ୍ ବ୍ୟକ୍ତି ବୋଲି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଅଧ୍ୟକ୍ଷ ରିକି ସ୍କେରିଟ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking