ବ୍ରହ୍ମପୁର: ଗଞ୍ଜାମ ଜିଲ୍ଳାର କ୍ରୀଡାର ବିକାଶ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଭଳିକି ଗଞ୍ଜାମ ଜିଲ୍ଳାରେ ହକି କ୍ରୀଡାର ଐତିହ୍ୟକୁ ଦୃଷ୍ଟିରେ ରଖି ଜିଲ୍ଳା ସଦର ମହକୁମା ଛତ୍ରପୁର ଠାରେ ହକି ଷ୍ଟାଡିୟମର ନିର୍ମାଣ କରିବା ପାଇଁ ଗତ ୨୦୨୦ ନଭେମ୍ବର ୨ ତାରିଖରେ ଘୋଷଣା କରିଥିଲେ । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏହା ସାକାର ରୂପ ନେଇପାରୁନି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିିତିଯାଇ୍ଥିଲେ ବି ଏଯାବତ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ତ ଦୂରର କଥା ଏଥିପାଇଁ ଜାଗା ଚୂଡାନ୍ତ ହୋଇନି । ଫଳରେ ଗଞ୍ଜାମ ଜିଲ୍ଳାର ହକିପ୍ରେମୀଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି ।
ପ୍ରକାଶ ଯୋଗ୍ୟ ଯେ ଛତ୍ରପୁର ଅଞ୍ଚଳରେ ବହୁ ପୂର୍ବରୁ ହକିର ଖେଳ ବେଶ୍ ଲୋକପ୍ରିୟ ଥିଲା । ଆଜି ବି ହକି ଖେଳାଳିମାନେ ଏହାର ଅଭ୍ୟାସ କରୁଛନ୍ତି । ଖାସ କରି ମୁଖ୍ୟମନ୍ତ୍ରୀ ଏଠାରେ ହକି ପାଇଁ ଷ୍ଟାଡିୟମ କରିବେ ବୋଲି ଘୋଷଣା କରିବା ପରେ ହକି ପ୍ରେମୀଙ୍କ ଠାରେ ଆହୁରି ଅଧିକା ଉତ୍ସାହ ଦେଖିôବାକୁ ମିଳିଥିଲା । କିନ୍ତୁ ସଂପ୍ରତି ଷ୍ଟାଡିୟମ ନିର୍ମାଣ କରିବା ନେଇ କୌଣସି ପଦକ୍ଷେପ ନେବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉନଥିôବାରୁ ଏହାକୁ ନେଇ ନା ନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଏଠାରେ ଜିଲ୍ଳା କ୍ରୀଡା ବିଭାଗ ଅଧିନରେ ଥିବା ଷ୍ଟାଡିୟମରେ ହକି ଷ୍ଟାଡିୟମ ମଧ୍ୟ ଆବଶ୍ୟକ ଜମି ରହିଛି । ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ୨୦ହଜାର ଦର୍ଶକ ବସିବା ଭଳି ଗ୍ୟାଲେରୀ ସମେତ ଅତ୍ୟାଧୁନିକ ଟର୍ଫର ବ୍ୟବସ୍ଥା ମଧ୍ୟ ହୋଇପାରିବ ।
କିନ୍ତୁ ପ୍ରଶାସନର ଉଦାସୀନତା ଯୋଗୁଁ ଏହା ସମ୍ଭବ ହୋଇପାରୁନି ବୋଲି ହକିପ୍ରେମୀ ଅଭିଯୋଗ କରିଛନ୍ତି । ଏହି ଷ୍ଟାଡିୟମ ପରିସରରେ ଷ୍ଟାଡିୟମର ଯୋଜନା ନ କରି ଗୃହ ବିଭାଗ ଅଧିନରେ ଥିôବା ଆଉ ଏକ ଜାଗାକୁ ଜିଲ୍ଳା ପ୍ରଶାସନ ସ୍ଥିର କରିଥିଲେ । ଏହାର ନକ୍ସାବି ପ୍ରସ୍ତୁତ ହୋଇଛି । ତେବେ ସଂପୃକ୍ତ ଜାଗାଟିକୁ ରାଜ୍ୟ ଗୃହ ବିଭାଗ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଜିଲ୍ଳା ପ୍ରଶାସନ ଚିଠି ଲେଖିବାର ବହୁ ସମୟ ବିତିଯାଇଛି । କିନ୍ତୁ ଜାଗା ସଂପର୍କିତ କାର୍ଯ୍ୟ ଏଯାବତ ହୋଇନଥିବା ଚର୍ଚ୍ଚା ହୋଇଛି । ଏଠାରେ ଷ୍ଟାଡିୟମ ନିର୍ମାାଣ ହେଲେ ଏଠାରେ ଭୁବନେଶ୍ୱର ଭଳି ଜାତୀୟ, ଆନ୍ତର୍ଜାତୀୟ ସ୍ତରର ହକି ପ୍ରତିଯୋଗିତା ମଧ୍ୟ ହୋଇପାରିବ । ଫଳରେ ଦକ୍ଷିଣ ଓଡ଼ିଶାର ହକି ତାରକା ଅଧିକା ସୃଷ୍ଟି ହୋଇପାରିବେ । କିନ୍ତୁ ଗଞ୍ଜାମ ଜିଲ୍ଲ ସମେତ ଦକ୍ଷିଣ ଓଡ଼ିଶା ବାସିନ୍ଦାଙ୍କ ଏହି ସ୍ୱପ୍ନକୁ ସାକାର କରିବା ନେଇ ଜିଲ୍ଳା ପ୍ରଶାସନ ଆଦୌ ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହେଉଛି ।
ସଂପ୍ରତି କୋଭିଡ କାରଣ ଯୋଗୁଁ ହେଉ କିମ୍ବା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳ ପ୍ରତି ରହିଥିବା ପାରମ୍ପାରିକ ଅବହେଳା ଯୋଗୁଁ ହେଉ ଜିଲ୍ଳାରେ କ୍ରୀଡାର ବିକାଶ ଆଦୌ ହୋଇପାରୁନି । ବ୍ରହ୍ମପୁର ସହରରେ ଥିବା ଷ୍ଟାଡିୟମର ନବୀକରଣ କାର୍ଯ୍ୟ ଦୀର୍ଘ ବର୍ଷ ଧରି ଚାଲିଛି । ଅନ୍ୟ ପକ୍ଷରେ ଜିଲ୍ଳାର ବିଭିନ୍ନ ବ୍ଳକରେ କ୍ରୀଡାର ବିକାଶ ପାଇଁ ପ୍ରସ୍ତାବିତ ବହୁ ଷ୍ଟାଡିୟମ ବାସ୍ତବ ରୁପ ନେଇପାରୁନି । ଫଳରେ ଜିଲ୍ଳାରେ ନୁତନ କ୍ରୀଡା ପ୍ରତିଭା ସୃ୍ଷ୍ଟି ହୋଇପାରୁନାହାନ୍ତି । ବ୍ରହ୍ମୁପୁର ସହର ସମେତ ଜିଲ୍ଳାର କ୍ରୀଡାର ବିକାଶ ପାଇଁ ଏବଂ ସ୍ଥାନୀୟ କ୍ରୀଡା ପ୍ରତିଭା ଜାତୀୟ, ଆନ୍ତର୍ଜାତୀୟସ୍ତରକୁ ଉନ୍ନିତ ହେବା ପାଇଁ ପଦକ୍ଷେପ ନେବାକୁ କ୍ରୀଡା ମହଲରେ ଦାବି ହୋଇଛି ।