29.1 C
Bhubaneswar
Monday, November 18, 2024
Homeଅପରାଧଭଡ଼ା ଘରେ ରହି ଚୋରି କରୁଥିଲେ,  ୨ ଗିରଫ

ଭଡ଼ା ଘରେ ରହି ଚୋରି କରୁଥିଲେ,  ୨ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଭଡ଼ା ଘରେ ନେଇ ରହୁଥିଲେ । ପରେ ବୁଲିବୁଲି ଚୋରି କରୁଥିଲେ । ଏଭଳି ଦୁଇଜଣ ଚୋରଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତଦ୍ୱୟ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପଲାସପୁର ଅଞ୍ଚଳର ମିଲନ ଦାସ(୨୮) ଓ ଜଟଣୀର ଶ୍ରୀନିବାସ ସ୍ୱାଇଁ(୩୩) । ଏମାନଙ୍କ ଠାରୁ ଦୁଇଟି ବାଇକ୍ ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ ପାଣ୍ଡରା ସ୍ଥିତ ହାଇଟେକ ହସ୍ପିଟାଲ ପରିସରରୁ ବସନ୍ତ କୁମାର ରାୟଙ୍କ ବାଇକ୍ ଚୋରି ହୋଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ କରିବାରୁ ଦୁଇଜଣ ବାଇକ୍ ଚୋରି କରିନେଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା । ଏହାପରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିବାରୁ ସମ୍ପୃକ୍ତ ଚୋରଦ୍ୱୟ ପାଣ୍ଡରା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା । ଏହାପରେ ପୁଲିସ ସୁଯୋଗ ଦେଖି ସୋମବାର ରାତିରେ ତାଙ୍କ ଉପରେ ଚଢ଼ାଉ କରି ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking