21.1 C
Bhubaneswar
Monday, November 18, 2024
Homeଅପରାଧରାଜଧାନୀରେ ମାତିଛନ୍ତି ଲୁଟେରା : ମାସକରେ ୧୧୨ଙ୍କୁ ବାନ୍ଧିଲା ପୁଲିସ

ରାଜଧାନୀରେ ମାତିଛନ୍ତି ଲୁଟେରା : ମାସକରେ ୧୧୨ଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ରାଜଧାନୀରେ ଲୁଟ୍‌ପାଟ ବଢ଼ିବାରେ ଲାଗିଛି । ଲୁଟେରାମାନେ ସୁଯୋଗ ଦେଖି ଲୁଟ୍‌ପାଟ କରୁଛନ୍ତି । ଏମାନଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୁଲିସ ଭୁବନେଶ୍ୱର ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏକ ଟିମ୍‌-୬୦ ଗଠନ କରାଯାଇ ଲୁଟେରାଙ୍କୁ କାବୁ କରାଯାଉଛି । ଏହିକ୍ରମରେ ଡ଼ିସେମ୍ବର ମାସରେ ପୁଲିସ ମୋଟ୍ ୧୧୨ଜଣ ଲୁଟେରାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏମାନଙ୍କ ଠାରୁ ୭୨ଟି ଚୋରି ମୋବାଇଲ ଫୋନ୍‌, ୫୬ଗ୍ରାମ ସୁନାଅଳଙ୍କାର ସମେତ ଗାଡ଼ି ଓ ବ୍ୟାଟେରି ଆଦି ଜବତ ହୋଇଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାର ପିଓପିଡ଼ି ଟିମ୍‌-୬୦ ଏବଂ ସହରର ସମସ୍ତ ଥାନାର ଅଫିସରଙ୍କ ମିଳିତ ଉଦ୍ୟମରେ ଗତ ଡିସେମ୍ବରରେ ୩୦ଜଣ ଅଭ୍ୟାସଗତ ଅପରାଧୀଙ୍କୁ ୧୧୦ସିଆରପିସି ଦଫା ଅନୁଯାୟୀ ବୁକ୍ କରାଯାଇଛି । ଏଥିସହ ସମୁଦାୟ ୧୧୨ଜଣ ଚୋରୀ, ଛିନତାଇ ତଥା ଲୁଟ୍‌ରେ ଲିପ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ୨୩ଜଣ ଅପରାଧୀଙ୍କୁ ଏକାଧିକ ମାମଲାରେ ସମ୍ପୃକ୍ତି ପାଇଁ ଜେଲରୁ ରିମାଣ୍ଡରେ ଅଣାଯାଇଥିଲା । ଏହି ମାସରେ ଅପରାଧରେ ଲୁଟ୍ ହୋଇଥିବା ସର୍ବମୋଟ ୭୨ଟି ମୋବାଇଲ ଫୋନ ଜବତ କରାଯାଇଥିବାବେଳେ ୫୬ଗ୍ରାମର ସୁନା ଅଳଙ୍କାର, ନଗଦ ୨୫ହଜାର ଟଙ୍କା ଏବଂ ୫୦ ଟି ଚୋରା ବ୍ୟାଟେରି, ୨୭ଟି ଚୋରା ଗାଡି ଜବତ କରାଯାଇଛି । ଜବତ ହୋଇଥିବା ମୋବାଇଲ, ଗାଡି, ସୁନା ଅଳଙ୍କାରରୁ ଅଧିକାଂଶ ଚିହ୍ନଟ କରାଯାଇ ଅସଲି ମାଲିକଙ୍କୁ ଦିଆଯାଇଛି ।

ଏଥିସହ କେତେକ ମୋବାଇଲ ଫୋନ୍ ଗୁଡିକର ମାଲିକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଯଦି  ଭୁବନେଶ୍ୱରର  କୌଣସି ବ୍ୟକ୍ତିଙ୍କ ମାବାଇଲ୍ ଲୁଟ, ଚୋରି କିମ୍ୱା ହଜିଯାଇଥାଏ, ତା’ହେଲେ ସେମାନେ ଭୁବନେଶ୍ୱରଙ୍କ ଡ଼ିସିପି ଅଫିସ ତରଫରୁ ଜାରି କରାଯାଇଥିବା ୨ ଘଣ୍ଟିଆ ସହାୟତା ନମ୍ୱର ୭୦୭୭୭୯୮୧୧୧ ରେ ହ୍ୱାଟସଅପ୍ ମାଧ୍ୟମରେ ଯୋଗାଯୋଗ କରି ନିଜର ନାମ, କେସ୍ ନମ୍ବର ସହିତ ଚୋରି ହୋଇଥିବା ମୋବାଇଲର ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ଯାହା ଫଳରେ ତାଙ୍କୁ ଚିହ୍ନଟ କରାଯାଇ ଜବତ ହୋଇଥିବା ମୋବାଇଲ ଫେରାଯିବାର ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking