ନୂଆଦିଲ୍ଲୀ: ଫ୍ରାନ୍ସ ସବୁବେଳେ ନୂଆ ବର୍ଷ ପୂର୍ବ ସନ୍ଧ୍ୟାରେ ଶହ ଶହ କାରରେ ନିଆଁ ଲଗାଏ । ଏହାକୁ ଯୁବପିଢୀ ଏକ ପରମ୍ପରା ବୋଲି ମାନିଆସିଛନ୍ତି । ତେବେ ଚଳିତ ବର୍ଷ ଏଥିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । କାରଣ ଏଥର ମାତ୍ର ୮୭୪ କାର ଜଳାଯାଇଛି । ମନ୍ତ୍ରୀ ଗେରାଲ୍ଡ ଡୋରମେନିନ୍ ଶନିବାର ଟ୍ୱିଟରରେ କହିଛନ୍ତି ଯେ ୨୦୧୯ ମସିହାର ପୂର୍ବ ସନ୍ଧ୍ୟାରେ ୧୩୧୬ ଗାଡିରେ ନିଆଁ ଲଗାଯାଇଥିଲା । ଏହି ତୁଳନାରେ ଏବର୍ଷ ଟିକେ କମ୍ କାର୍ ଜଳିଛି ।
ସେ କହିଛନ୍ତି ଯେ ଏହି ନୂଆ ବର୍ଷ ପୂର୍ବ ସନ୍ଧ୍ୟାରେ ସହରର ରାସ୍ତାରେ ବଡ ପରିମାଣରେ ପଲିସର ଉପସ୍ଥିତି କାରଣରୁ କମ୍ ଯାତ୍ରା ହୋଇଛି । ଦେଶର ସାର୍ବଜନିକ ସମାରୋହରେ କଟକଣା ଲାଗୁ ହେବା ଯୋଗୁଁ ଏଥିରେ ହ୍ରାସ ଦେଖିବାକୁ ମିଳିଛି । କୋଭିଡ୍ ୧୯ ମହାମାରୀ ସମୟରେ ୨୦୨୦ରେ ଦେଶବ୍ୟାପୀ ଲକଡାଉନ ଯୋଗୁଁ ଗତ ବର୍ଷ ଜଳିଥିବା କାର ସମ୍ପର୍କରେ କୌଣସି ସୂଚନା ନାହିଁ । ତେବେ କହିରଖୁଛୁ ଫ୍ରାନ୍ସରେ ନୂଆବର୍ଷ ସମୟରେ କାର୍ ପୋଡିବା ଏକ ପୁରୁଣା ପରମ୍ପରା । ୧୯୯୦ ଦଶକରେ ଫ୍ରାନ୍ସର ଷ୍ଟାର୍ସବର୍ଗ ନିକଟସ୍ଥ ଅଞ୍ଚଳରେ ଯୁବପିଢି ପ୍ରଥମେ କାର୍ ପୋଡିବା ଆରମ୍ଭ କରିଥିଲେ । ଧିରେ ଧିରେ ଏହା ଏ ପରମ୍ପରାରେ ପରିଣତ ହୋଇଛି ।