ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ବିଶ୍ୱରେ ତାଣ୍ଡବ ଆରମ୍ଭ କରିଦେଇଛି । ଓମାଇକ୍ରନ ଯୋଗୁ ବିଭିନ୍ନ ଦେଶରେ ହଠାତ ସଂକ୍ରମଣ ବୃଦ୍ଧି ପାଇଛି । ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଚେତାବନୀ ଦେଇଛନ୍ତି । ସଂକ୍ରମଣ ବୃଦ୍ଧି ପାଇଲେ ମେଡିକାଲ ଆବଶ୍ୟକତା ମଧ୍ୟ ବଢ଼ିବ ଯାହା ଦେଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଛନ୍ତି । ଓମିକ୍ରନର ମୁକାବିଲା କରିବାକୁ ଏବେଠାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବା ଆବଶ୍ୟକ ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ, ଓମିକ୍ରନ ରୋଗୀଙ୍କୁ ଗୁରୁତର କରୁନଥିଲେ ମଧ୍ୟ ରୋଗୀ ସଂଖ୍ୟା ବଢ଼ିଲେ ହସ୍ପିଟାଲର ଆବଶ୍ୟକତା ବଢ଼ିବ । ସଂକ୍ରମିତମାନେ ଡାକ୍ତର ପରାମର୍ଶ କରିବେ । ଏଣୁ ଭାରତ ଏହାର ଟେଲି କନସଲଟେସନ ସେବାକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି ।