21.1 C
Bhubaneswar
Monday, November 18, 2024
Homeଓଡିଶାନାବାଳିକା ଗଣଦୁଷ୍କର୍ମ ମାମଲା : ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଡିଆଇଜିଙ୍କ ଦ୍ୱାରସ୍ଥ

ନାବାଳିକା ଗଣଦୁଷ୍କର୍ମ ମାମଲା : ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଡିଆଇଜିଙ୍କ ଦ୍ୱାରସ୍ଥ

ବ୍ରହ୍ମପୁର: ଜଣେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି ନେଇ ପୀଡ଼ିତାର ପରିବାର ପକ୍ଷରୁ ଡିଆଇଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ କରାଯାଇନଥିବା ଅଭିଯୋଗ ହୋଇଛି । ଏପରିକି ବୁଗୁଡା ପୁଲିସ ମୂଳ ଅଭିଯୋଗପତ୍ରକୁ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଆଜି ଗଞ୍ଜାମ ଜିଲା ଦଳିତ ମହାସଭାର କର୍ମକର୍ତ୍ତା ଓ ପିଡ଼ିତାଙ୍କ ପରିବାର ଲୋକ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ନିକଟରେ ଫେରାର ହୋଇ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତ । ସୂଚନାଯୋଗ୍ୟ ଯେ ବୁଗୁଡା ଥାନା ଅଞ୍ଚଳରେ ଡିସେମ୍ବର ୧୨ ତାରିଖ ରାତିରେ ଏହି ୧୬ ବର୍ଷୀୟ ନାବାଳିକା ଜଣଙ୍କନିଜ ବାରିପଟକୁ ପରିଶ୍ରା କରିବାକୁ ଯାଇଥିଲେ ।

ସେହି ଗାଁର ୪ ଜଣ ଯୁବକ ନାବାଳିକାର ମୁହଁରେ ଗାମୁଛା ଦେଇ ନିକଟସ୍ଥ ଶାଗୁଆନ ଜଙ୍ଗଲକୁ ନେଇଯାଇଥିଲେ । ସେମାନେ ନାବାଳକଙ୍କୁ ଗଣ ବଳତ୍କାର କରିବା ପରେ ଅଚେତ ଅବସ୍ଥାରେ ଛାଡି ଚାଲିଯାଇଥିଲେ । ଏ ନେଇ ପିଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ବୁଗୁଡା ପୁଲିସ ନାବାଳିକାଙ୍କୁ ଡରାଇ ଧମକାଇ ମୂଳ ଅଭିଯୋଗପତ୍ରକୁ ବଦଳାଇ ଦେଇଥିଲା । ଫଳରେ ୪ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ ହେବା ବଦଳରେ କେବଳ ଅସଦାଚରଣ ମାମଲା ରୁଜୁ କରାଯାଇଥିଲା ବୋଲି ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ସଭାପତି ବୈରାଗୀ ନାୟକ ଓ ଆବାହକ ସଂଗ୍ରାମ ନାୟକ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ ବୋଲି ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି । ଆଜି ପିଡ଼ିତାଙ୍କ ପରିବାର ଲୋକେ ଆଇଜି ସତ୍ୟବ୍ରତ ଭୋଇଙ୍କୁ ସାକ୍ଷାତ କରି ନ୍ୟାୟଦାବି କରିଥିଲେ । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ(ଏସପି)ଙ୍କୁ ନିର୍ଦେଶ ଦିଆଯିବ ବୋଲି ଆଇଜି ଶ୍ରୀ ଭୋଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking