18.1 C
Bhubaneswar
Tuesday, November 19, 2024
Homeଖେଳଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଟେଲର୍‌ଙ୍କ ସନ୍ନ୍ୟାସ

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଟେଲର୍‌ଙ୍କ ସନ୍ନ୍ୟାସ

ୱେଲିଂଟନ:  ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ତଥା ଅନୁଭବୀ ଖେଳାଳି ରସ୍ ଟେଲର୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଗୁରୁବାର ଟ୍ୱିଟ୍ କରି ଟେଲର୍ କହିଛନ୍ତି, ଘରୋଇ ସମର୍ ପରେ ସେ କ୍ରିକେଟ୍‌କୁ ଅଲ୍‌ବିଦା କହିବେ । ନେଦରଲାଣ୍ଡ୍‌ସ ବିପକ୍ଷ ୩ ଦିନିକିଆ ମ୍ୟାଚ୍ ସିରିଜ୍ ତାଙ୍କର ଅନ୍ତିମ ମ୍ୟାଚ୍ ହେବ । ଏହି ସିରିଜ୍ ଏପ୍ରିଲ୍ ୪ ତାରିଖରୁ ହାମିଲ୍‌ଟନ୍‌ରେ ଆରମ୍ଭ ହେବ । ତେବେ ଟେଲର୍ ସେଣ୍ଟ୍ରାଲ୍ ଷ୍ଟାଗ୍‌ସ ପକ୍ଷରୁ ଘରୋଇ କ୍ରିକେଟ୍ ଜାରି ରଖିବେ । ଟ୍ୱିଟ୍ କରି ଟେଲର୍ କହିଛନ୍ତି, ‘ଘରୋଇ ସମର୍ ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କରିବି । ସନ୍ନ୍ୟାସ ପୂର୍ବରୁ ବାଂଲାଦେଶ ବିପକ୍ଷ ଦୁଇଟି ଟେଷ୍ଟ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍‌ସ ବିପକ୍ଷ ୬ଟି ଦିନିକିଆ ମ୍ୟାଚ୍ ଖେଳିବି । ୧୭ ବର୍ଷର କ୍ୟାରିୟର୍‌ରେ ମୋତେ ଦେଇଥିବା ସମର୍ଥନ ଯୋଗୁଁ ସମସ୍ତଙ୍କୁ ଧନ୍ୟବାଦ ।

ନିଜ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ ।’ ୧୯୮୪ ମାର୍ଚ୍ଚ ୮ ତାରିଖରେ ୱେଲିଂଟନ୍‌ର ଲୋୟର୍ ହଟ୍‌ରେ ଜନ୍ମିତ ଟେଲର୍ ନ୍ୟୁଜିଲାଣ୍ଡ ପକ୍ଷରୁ ୧୧୦ ଟେଷ୍ଟ ଓ ୨୨୩ ଦିନିକିଆ ଖେଳିଛନ୍ତି । ଟେଷ୍ଟ କ୍ରିକେଟ୍‌ରେ ତାଙ୍କ ନାମରେ ୭୫୮୪ ରନ୍ ରହିଛି । ସେହିପରି ଦିନିକିଆରେ ସେ ୮୫୮୧ ରନ୍ ସଂଗ୍ରହ କରିଛନ୍ତି । ଟି-୨୦ କ୍ରିକେଟ୍‌ର ସବୁଠୁ ସଫଳ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଅନ୍ୟତମ ଟେଲର୍ ନ୍ୟୁଜିଲାଣ୍ଡ ପକ୍ଷରୁ ୧୦୨ ମ୍ୟାଚ୍‌ରେ ୧୯୦୯ ରନ୍ କରିଛନ୍ତି । ସୂଚନାଯୋଗ୍ୟ, କିୱି ଟିମ୍‌ର ମହାନତମ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଟେଲର୍ ଟେଷ୍ଟ ଓ ଦିନିକିଆରେ ଟିମ୍‌ର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ । ସେ ୨୦୦୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିବା ବେଳେ ୨୦୦୭ରେ ସାଉଥ୍ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking