28.1 C
Bhubaneswar
Monday, November 18, 2024
Homeକରୋନାବୁଷ୍ଟର ଡୋଜ୍ ପ୍ରସଙ୍ଗରେ କେନ୍ଦ୍ରର ସ୍ପଷ୍ଟୀକରଣ

ବୁଷ୍ଟର ଡୋଜ୍ ପ୍ରସଙ୍ଗରେ କେନ୍ଦ୍ରର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଘୋଷଣା ମୁତାବକ ୨୦୨୨ ଜାନୁଆରୀ ୧୦ରୁ ଦେଶବ୍ୟାପୀ ଆଗଧାଡିର ସ୍ୱାସ୍ଥ୍ୟକର୍ମୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ କୋଭିଡ୍‌ର ବୁଷ୍ଟର (ପ୍ରିକସନ୍‌) ଡୋଜ୍ ଦିଆଯିବ । ତେବେ  ବୁଷ୍ଟର ଡୋଜ୍ ନେଲେ, କୋଭିଡ୍ ସଂକ୍ରମଣ ହେବ ନାହିଁ ବୋଲି ସାଧାରଣରେ ଯେଉଁ ଚର୍ଚ୍ଚା ଚାଲିଛି, ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର ସ୍ପଷ୍ଟୀକରଣ ଜାରି କରାଯାଇଛି । ଆଇସିିଏମ୍‌ଆର ମହାନିର୍ଦ୍ଦେଶକ ଡାଃ ବଳରାମ ଭାର୍ଗବ କହିଛନ୍ତି ଯେ ବୁଷ୍ଟର ଡୋଜ୍ ନେଲେ କୋଭିଡ୍ ସଂକ୍ରମଣ ହେବ ନାହିଁ ବୋଲି ଭାବିବା ଭୁଲ । ତେବେ ବୁଷ୍ଟର ଡୋଜ୍ ନେଇଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ କୋଭିଡ୍ ସଂକ୍ରମିତ ହେଲେ ସୁଦ୍ଧା, ତାଙ୍କୁ ଡାକ୍ତରଖାନା ଯିବାକୁ ପଡିବ ନାହିଁ ।

ତିନିଟି କାରଣ ଯଥା ସଂକ୍ରମଣ ଜନିତ ଜଟିଳତା, ଡାକ୍ତରଖାନାରେ ଭର୍ତ୍ତିହେବା ଏବଂ ମୃତ୍ୟୁ ସମ୍ଭାବନା ଏଡାଇବାକୁ ବୁଷ୍ଟର ଡୋଜ୍ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ସଂକ୍ରମଣ ରୋକିବାକୁ ସବୁ ଲୋକଙ୍କୁ କୋଭିଡ୍ ଗାଇଡ୍‌ଲାଇନ ମାନିବାକୁ ପଡିବ ବୋଲି ଡାଃ ଭାର୍ଗବ କହିଛନ୍ତି । ସବୁବେଳେ ମାସ୍କ୍ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ବୋଲି ସେ ଗୁରୁତ୍ୱ ଦେଇଛନ୍ତି । କୋଭିଡ୍‌ର ପୂର୍ବ ଭାରିଆଣ୍ଟ୍ ଏବଂ ବର୍ତ୍ତମାନ ଦେଖାଦେଇଥିବା ଓମିକ୍ରନ୍ ଭାରିଆଣ୍ଟ୍‌ର ଚିକିତ୍ସା ପଦ୍ଧତିରେ କୌଣସି ପାର୍ଥ୍ୟକ ନଥିବା ସେ କହିଛନ୍ତି । ସଂକ୍ରମଣ ଏଡାଇବାକୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking