18.1 C
Bhubaneswar
Tuesday, November 19, 2024
Homeଓଡିଶା୨୦୨୨ ସୁଦ୍ଧା ୫୦ ହଜାର ବିଦ୍ୟାଳୟରେ ପହଞ୍ଚିବ ’ମୋ ସ୍କୁଲ୍‌

୨୦୨୨ ସୁଦ୍ଧା ୫୦ ହଜାର ବିଦ୍ୟାଳୟରେ ପହଞ୍ଚିବ ’ମୋ ସ୍କୁଲ୍‌

ଭୁବନେଶ୍ୱର: ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ଆର୍ଥିକ ଅନୁଦାନ ପାଇଥିବା ବିଦ୍ୟାଳୟଗୁଡ଼ିକ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ । ଯେଉଁ ବିଦ୍ୟାଳୟଗୁଡ଼ିକ ଦୀର୍ଘଦିନ ହେଲା ଆର୍ôଥକ ଅନୁଦାନ ପାଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ଆରମ୍ଭ କରିପାରିନାହାନ୍ତି, ସେମାନଙ୍କୁ ତୁରନ୍ତ ଅର୍ଥ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥ ଖର୍ଚ୍ଚ ନ କରି ତାହାକୁ ପକାଇ ରହିଥିବା ସ୍କୁଲ୍‌ର ପ୍ରଧାନଶିକ୍ଷକମାନଙ୍କୁ ତୁରନ୍ତ ଏନେଇ ଅବଗତ କରିବାକୁ କହିଛନ୍ତିି ବିଭାଗୀୟ ପ୍ରମୁଖ ଶାସନ ସଚିବ । ଗୁରୁବାର ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ର ୩୧ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସାହୁ କହିଥିଲେ,  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ’ମୋ ସ୍କୁଲ୍‌? ଅଭିଯାନ’ରେ ନନ୍‌-କୋର ଆକ୍ଟିିଭିଟିକୁ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଚିଂ କ୍ଲାସ୍‌ର ମଧ୍ୟ ଆୟୋଜନ କରାଯାଇପାରିବ । ଏହା ବ୍ୟତୀତ ଜିଲ୍ଲାପାଳଙ୍କ ଅନୁମତିକ୍ରମେ ’ମୋ ସ୍କୁଲ୍‌’ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟକଳାପ ମଧ୍ୟ କରିପାରିବେ । ଆର୍ôଥକ ସହାୟତା ପ୍ରଦାନ କରିଥିବା ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାଙ୍କ ସହ ଆଲୋଚନା କରି ସ୍କୁଲ୍‌ଗୁଡ଼ିକ ଏ ସମ୍ବନ୍ଧିତ ପସ୍ତାବ ପଠାଇବେ ।
’ମୋ ସ୍କୁଲ୍ ଅଭିଯାନ’କୁ ଓଡ଼ିଶାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ ହୋଇଛି । ୨୦୨୨ ଶେଷ ସୁଦ୍ଧା ଓଡ଼ିଶାର ୫୦,୦୦୦ ବିଦ୍ୟାଳୟରେ ’ମୋ ସ୍କୁଲ୍‌’ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ସାହୁ । ଏହିକ୍ରମରେ ଆସନ୍ତା ଜାନୁୟାରୀ ୨୬ରୁ ୩୧ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ୫୮,୦୦୦ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଉଭୟ ସ୍କୁଲ୍ ଏବଂ ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମ କରାଯିବ । ପୁରାତନ ଛାତ୍ରଛାତ୍ରୀଙ୍କ ସହ ସ୍କୁଲ୍ ପରିଚାଳନା କମିଟିର ସଦସ୍ୟ ଏବଂ ପ୍ରଧାନଶିକ୍ଷକ ଉପସ୍ଥିତ ରହି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବେ । ପୁରାତନ ଛାତ୍ରଛାତ୍ରୀମାନେ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନପ୍ରଦାନ କରିବେ ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବେ ।  ଚଳିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୮କୋଟି ୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୧୧ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ’ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ିହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୪ କୋଟି ୮୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୨ କୋଟି ୩୬ ଲକ୍ଷ, ସୋନପୁରରେ ୨୩ ଲକ୍ଷ ୯୬ ହଜାର, ବରଗଡ଼ରେ ୨୩ ଲକ୍ଷ ୬୮ ହଜାର, ଯାଜପୁରରେ ୧୯ ଲକ୍ଷ ୨୧ ହଜାର ଏବଂ ଜଗତସିଂହପୁରରେ ୧୭ ଲକ୍ଷ ୮୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୨୭ ହଜାର ପୁରାତନ ଛାତ୍ରଛାତ୍ରୀ ’ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛନ୍ତି । ରାଜ୍ୟର ୪୨,୦୦୦ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ’ମୋ ସ୍କୁଲ୍‌? ଅଭିଯାନ’କୁ ପହଞ୍ଚାଇବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ୱ ଦେବାକୁ ଇତିମଧ୍ୟରେ ’ମୋ ସ୍କୁଲ୍‌’ ପକ୍ଷରୁ ’ସୋସିଆଲ୍ ଅଡିଟ୍‌’ ଆରମ୍ଭ ହୋଇଛି । ’ମୋ ସ୍କୁଲ୍‌?’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୩୦ଟି ଜିଲ୍ଲାର ମୋଟ ୧୫୦ଟି ସ୍କୁଲ୍‌ରେ ସୋସିଆଲ୍ ଅଡିଟ୍ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ରାଜ୍ୟର ୩୫,୦୦୦ ପ୍ରକଳ୍ପ ବିଦ୍ୟାଳୟରେ ସୋସିଆଲ୍ ଅଡିଟ୍ କରାଯିବାକୁ ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking