28.1 C
Bhubaneswar
Monday, November 18, 2024
Homeଓଡିଶାମାଟିରେ ମିଶିଲା ସତ୍ୟକାଳୀ ବସ୍ତିର୨୫ ଘର, ଥଇଥାନ ସତ୍ତ୍ୱେ ବସ୍ତି ଛାଡ଼ୁନାହାନ୍ତି ବାସିନ୍ଦା : ବିଡ଼ିଏ

ମାଟିରେ ମିଶିଲା ସତ୍ୟକାଳୀ ବସ୍ତିର୨୫ ଘର, ଥଇଥାନ ସତ୍ତ୍ୱେ ବସ୍ତି ଛାଡ଼ୁନାହାନ୍ତି ବାସିନ୍ଦା : ବିଡ଼ିଏ

ଭୁବନେଶ୍ୱର:  ସ୍ୱେରେଜ ଲାଇନ ନିର୍ମାଣ ପାଇଁ  ସତ୍ୟନଗରସ୍ଥିତ ସତ୍ୟକାଳୀ ବସ୍ତିରେ ପ୍ରାୟ ୨୫ ବଖରା ଘର ଭାଙ୍ଗାଯାଇଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଓ ୱାଟକୋର ମିଳିତ ସହଯୋଗରେ ଏହି ଉଚ୍ଛେଦ କରାଯାଇଛି । ଖାରବେଳ ନଗର ଥାନା ଅନ୍ତର୍ଗତ ସତ୍ୟକାଳୀ ବସ୍ତିବାସିନ୍ଦାଙ୍କୁ  ମିଳିଛି । ସତ୍ୟକାଳୀ ବସ୍ତିରେ ଘର କରିଥିବା ଲୋକେ  ରଙ୍ଗମାଟିଆରେ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ହେଲେ ସେମାନଙ୍କୁ ଫ୍ଲାଟ ଆଲର୍ଟ ହେଇଥିବା ବେଳେ, କିନ୍ତୁ ସେଠାକୁ କେହି ଯାଉନାହାନ୍ତି । ତେଣୁ ସେହି ଅଞ୍ଚଳରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଉନଥିôବା ବିଡ଼ିଏ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ୱାଟକୋର ରିକ୍ୟୁଜିସିନକ୍ରମେ ସତ୍ୟକାଳୀ ବସ୍ତି ଦେଇ ଏକ ସ୍ୱେରେଜ ଲାଇନ ଯିବ ।

ସର୍ଭେ ପରେ ୱାଟକୋ ପକ୍ଷରୁ କେତେ ଘର ଭଙ୍ଗାଯିବ ତାହାର ତାଲିକା ବିଡିଏକୁ ଦିଆଯାଇଥିଲା । ସ୍ୱେରେଜ ଲାଇନ ନିର୍ମାଣ କ୍ଷେତ୍ରରେ ଆବଶ୍ୟକ ଜାଗା ପାଇଁ ବିଡିଏ ପକ୍ଷରୁ ଆଜି ୨୫ଟି ଘର ଭଙ୍ଗାଯାଇଥିଲା । ତେବେ ସମୟ ଅଭାବରୁ ବାକି ଆଉ କିଛି ଘର ରହିଯାଇଛି । ସେଗୁଡ଼ିକୁ ପୁଣି ବିଡିଏ ପକ୍ଷରୁ ଭଙ୍ଗାଯିବ । ଏହି ସ୍ୱେରେଜ ଲାଇନ ନିର୍ମାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ସାରିବାକୁ କୁହାଯାଇଛି । ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିଭଳି ଚନ୍ଦ୍ରଶେଖରପୁର ମୌଜା ଅର୍ନ୍ତଗତ ସରକାରୀ ପ୍ଲଟ ନମ୍ବର-୩ ଏବଂ ୪ ରେ ହୋଇଥିବା ବେଆଇନ ନିର୍ମାଣକୁ ମାଟିରେ ମିଶାଇଛି ବିଡିଏ, ବିଏମ୍ସି  ଓ ଜିଏ ବିଭାଗ ଏଥିରେ ଗୋଟିଏ ବଡ଼ ଘର ଅର୍ଥାତ ୧୨୦୦ ବର୍ଗଫୁଟର ସେଡ ସହ ପାଣି ଟାଙ୍କିକୁ ଭଙ୍ଗାଯାଇଥିଲା  ପ୍ରାୟ ୦.୩୦୦ ଡିସିମିଲର ଜମିକୁ ବିଡିଏ ଜବରଦଖଲମୁକ୍ତ କରିଛି ।

ଆଇନଶୃଙ୍ଖଳା ପରିସ୍ଥିତି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ଲାଟୁନ ରିର୍ଜଭ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା  ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ର, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଓ ଜିଏର ଅତିରିକ୍ତ ନିର୍ଦ୍ଦେଶକ ଅମୀୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶୁକ୍ରବାର ସକାଳ ୧୧ ସମୟରେ ବରମୁଣ୍ଡା ସ୍ଥିତ (ଆନ୍ତରାଜ୍ୟ ବସ୍ ଟର୍ମିନାଲ) ବସ୍‌ଷ୍ଟାଣ୍ଡରେ ଅବଶିଷ୍ଟ ଜବରଦଖଲ ଉଚ୍ଛେଦ କରାଯିବାର ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking