20.1 C
Bhubaneswar
Monday, November 18, 2024
Homeଖେଳଏଟିପି କପ୍‌ରୁ ଓହରିଲେ ଜୋକୋଭିଚ୍  : ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବା ନେଇ ସନ୍ଦେହ

ଏଟିପି କପ୍‌ରୁ ଓହରିଲେ ଜୋକୋଭିଚ୍  : ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବା ନେଇ ସନ୍ଦେହ

ସିଡ୍‌ନୀ:  ବିଶ୍ୱର ଏକ ନମ୍ବର ଖେଳାଳି ନୋଭାଚ୍ ଜୋକୋଭିଚ୍ ୨୦୨୨ ଏଟିପି କପ୍‌ରୁ ଓହରିଯାଇଛନ୍ତି । ଫଳରେ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍‌ରେ ତାଙ୍କର ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛନ୍ତି । ଅଷ୍ଟ୍ରେଲିଆନ୍ ଓପନ୍ ପାଇଁ ସମସ୍ତ ଖେଳାଳିଙ୍କୁ କୋଭିଡ୍ ଟିକାକରଣ ସମ୍ପର୍କରେ ସୂଚନା ପ୍ରଦାନ କରିବା ଅନିବାର୍ଯ୍ୟ । ମାତ୍ର ଜୋକୋଭିଚ୍ ଏହି ସୂଚନା ଦେବାକୁ ମନା କରିଦେଇଛନ୍ତି । ଏବେ ଏଟିପି କପ୍‌ରୁ ଓହରିବା ପରେ ସେ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗନେବ କି ନାହିଁ ତାହା ବଡ଼ ପ୍ରଶ୍ନ ହୋଇଛି । ୩୪ ବର୍ଷୀ ସର୍ବିୟା ଖେଳାଳିଙ୍କ ଟିକାକରଣକୁ ନେଇ କଳ୍ପନା ଜଳ୍ପନା ବୃଦ୍ଧି ପାଇଥିବା ବେଳେ ସିଡ୍‌ନୀରେ ହେବାକୁ ଥିବା ପୁରୁଷ ଟିମ୍ ଟୁର୍ଣ୍ଣାମେଣ୍ଟ୍‌ରୁ ଜୋକୋଭିଚ୍‌ଙ୍କ ଓହରିବା ଖବର ସାମ୍ନାକୁ ଆସିଛି ।

ତାଙ୍କର ଟିକାକରଣ ହୋଇଛି କି ନାହିଁ ତାହା ସାର୍ବଜୀନନ କରିବା ପାଇଁ ଏହି ମହାନ୍ ଖେଳାଳି ମନା କରିଦେଇଛନ୍ତି । ଅଷ୍ଟ୍ରେଲିଆନ୍ ଓପନ୍‌ରେ ଭାଗ ନେବାକୁ ଥିବା ସମସ୍ତ ଖେଳାଳି ଏବଂ ଷ୍ଟାଫ୍‌ଙ୍କ ଟିକାକରଣ ଅନିବାର୍ଯ୍ୟ କିମ୍ବା ସେମାନଙ୍କୁ ବିଶେଷଜ୍ଞଙ୍କ ସ୍ୱତନ୍ତ୍ର ପ୍ୟାନେଲ୍‌ଠାରୁ ଚିକିତ୍ସା ରିହାତି ଲେବାକୁ ପଡ଼ିବ । ଅଷ୍ଟ୍ରେଲିଆନ୍ ଓପନ୍ ମେଲ୍‌ବର୍ଣ୍ଣରେ ଆସନ୍ତାବର୍ଷ ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହେବ ଏବଂ ଖେଳାଳିମାନେ ଆଗାମୀ ସପ୍ତାହରେ ହେବାକୁ ଥିବା ଅଭ୍ୟାସ ଟୁର୍ଣ୍ଣାମେଣ୍ଟ୍ ପାଇଁ ଦେଶକୁ ଆସିବା ଆରମ୍ଭ କରି ଦେଇଛନ୍ତି । ଜୋକୋମିଚ୍ ଓହରିଯିବା ପରେ ଏଟିପି କପ୍‌ରେ ସର୍ବିୟା ଟିମ୍‌ର ନେତୃତ୍ୱ ବିଶ୍ୱର ୩୩ ନମ୍ବର ଖେଳାଳି ଦୁସାନ୍ ଲାଜୋଭିଚ୍ କରିବେ ବୋଲି ଟେନିସ୍ ଅଷ୍ଟ୍ରେଲିଆ ପକ୍ଷରୁ ଏକ ବୟାନରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking