28.1 C
Bhubaneswar
Monday, November 18, 2024
Homeଓଡିଶାବାର୍ କର୍ମଚାରୀଙ୍କୁ ଆକ୍ରମଣ, ବାନ୍ତି କରିବାରୁ ବୋତଲରେ ପିଟିଦେଲେ

ବାର୍ କର୍ମଚାରୀଙ୍କୁ ଆକ୍ରମଣ, ବାନ୍ତି କରିବାରୁ ବୋତଲରେ ପିଟିଦେଲେ

ଭୁବନେଶ୍ୱର: ସାଙ୍ଗ ହୋଇ ମଦ ପିଉଥିଲେ । ହସଖୁସିରେ ଗପ ଚାଲିଥିଲା । ହଠାତ୍ ଜଣେ ଆସି ବାନ୍ତି କରିଲା । ତାଙ୍କ ପାଖେ ବାନ୍ତି ନକରିବାକୁ ବାରଣ କଲେ । ହେଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ଶୁଣିଲେନି । ଶେଷରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ବିଅର ବୋତଲ ପିଟିଦେଲେ । ଯାହାଫଳରେ ସମ୍ପୃକ୍ତ ବ୍ୟକ୍ତି ଲହୁଲୁହାଣ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଜଣକ ହେଲେ ଉକ୍ତ ବାର୍‌ରେ କାମ କରୁଥିବା ଅଶୋକ ବାରିକ । ଏଭଳି ଘଟଣା ନୟାପଲ୍ଲୀ ଥାନା ଅନ୍ତର୍ଗତ ଡ଼େଲଟା ଛକ ସ୍ଥିତ ଏକ ବିଅର ପାର୍ଲରରେ ଦେଖିବାକୁ ମିଳିଛି । ଆହତଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ନୟାପଲ୍ଲୀ ଥାନା ଅନ୍ତର୍ଗତ ଡ଼େଲଟା ଛକରେ ଏକ ବିଅର ପାର୍ଲର ରହିଛି । ଏଠାରେ ଅଶୋକ କାମ କରୁଛନ୍ତି । ମଙ୍ଗଳବାର ଅପରାହ୍ଣରେ ଅଶୋକ କାମ କରୁଥିବାବେଳେ କୌଣସି କାରଣକୁ ନେଇ ତାଙ୍କର ବାନ୍ତି ହୋଇଥିଲା । ସେ ସଙ୍ଗେସଙ୍ଗେ ବାହାରକୁ ଯାଇ ବାନ୍ତି କରିଥିଲେ । ଏତିକିବେଳେ ସେଠାରେ ବିଅର ପିଉଥିବା ୪ଜଣ ଯୁବକ ତାଙ୍କୁ ବାନ୍ତି କରିବାକୁ ମନା କରିଥିଲେ ।  ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକମାନେ ଅଶୋକଙ୍କ ମୁଣ୍ଡକୁ ବିଅର ବୋତଲରେ ପିଟିଦେଇଥିଲେ । ସେ ଗୁରୁତର ଅବସ୍ଥାରେ ପଡିଥିବା ସମୟରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking