18.1 C
Bhubaneswar
Saturday, November 23, 2024
Homeଅପରାଧପୁଅର ମୁକ୍ତି ପାଇଁ ଅପହରଣକାରୀକୁ ୫୦ ଲକ୍ଷ ଟଙ୍କା ଦେଲେ ବ୍ୟବସାୟୀ ତାପରେ ହେଲା କିଛି...

ପୁଅର ମୁକ୍ତି ପାଇଁ ଅପହରଣକାରୀକୁ ୫୦ ଲକ୍ଷ ଟଙ୍କା ଦେଲେ ବ୍ୟବସାୟୀ ତାପରେ ହେଲା କିଛି ଏପରି

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଦିଲ୍ଲୀର ଶଲିମର ବାଗରୁ ଜଣେ ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ ଶୁକ୍ରବାର ଦିନ ସେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଗାଜୀପୁର ଫୁଲ ବଜାର ନିକଟରେ ତାଙ୍କ ପୁଅକୁ ଅପହରଣରୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି । ସୋମବାର ବ୍ୟବସାୟୀ ଜଣକ ଏଭଳି କହିଛନ୍ତି । ବନ୍ଧୁକ ମୁନରେ ତାଙ୍କ ପୁଅକୁ କେହି ଜଣେ ଅଜ୍ଞାତ ବ୍ୟକ୍ତି କାରରେ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ସେ ।

ଅଭିଯୁକ୍ତ ଅପହରଣକାରୀ ବ୍ୟବସାୟୀଙ୍କ ପୁଅକୁ ସହରର ରାସ୍ତାରେ ପ୍ରାୟ ତିନି ଘଣ୍ଟା ଧରି ବୁଲାଇଥିଲା, ଯେଉଁଥିରେ ସେ ତାଙ୍କ ପିତାଙ୍କ ସହ ପୁଅର ମୁକ୍ତି ପାଇଁ ଟଙ୍କା ବାବଦରେ ଆଲୋଚନା କରୁଥିଲା । ତେବେ ସନ୍ଦିଗ୍ଧ ବ୍ୟକ୍ତି ପ୍ରଥମେ ୧ କୋଟି ଟଙ୍କା ମାଗିଥିଲେ କିନ୍ତୁ ବୁଝାମଣା ପରେ ଏହି ରାଶି ୫୦ ଲକ୍ଷକୁ ଅଣାଯାଇଥିଲା ଯାହା ବ୍ୟବସାୟୀ ଅଶୋକ ବିହାରରେ ତାଙ୍କ ପୁଅକୁ ନିରାପଦରେ ମୁକ୍ତ କରିବା ପାଇଁ ଦେଇଥିଲେ ବୋଲି ପୋଲିସ କହିଛି ।

ଡେପୁଟି କମିଶନର ପ୍ରିୟଙ୍କା କାଶ୍ୟପ କହିଛନ୍ତି ଯେ ଶନିବାର ଦିନ ବ୍ୟବସାୟୀ ବିକାଶ ଅଗ୍ରୱାଲ ତାଙ୍କ ପୁଅ କିନ୍ନସୁକ ଅଗ୍ରୱାଲଙ୍କ ଅପହରଣ ସମ୍ପର୍କରେ ପୋଲିସକୁ ଟେଲିଫୋନ୍ ଯୋଗେ ସୂଚନା ଦେଇଛନ୍ତି । ଜିଟି କର୍ଣ୍ଣଲ ରୋଡରେ ଏକ ବାଙ୍କ୍ୟୁଏଟ୍ ହଲ୍‌ର ମାଲିକ ଥିବା ଏହି ବ୍ୟବସାୟୀ ପୋଲିସକୁ କହିଛନ୍ତି ଯେ ଶୁକ୍ରବାର ସକାଳେ ତାଙ୍କ ପୁଅ ଦୁଇ କର୍ମଚାରୀଙ୍କ ସହ ଗାଜୀପୁର ଫୁଲ ବଜାରକୁ ବାଙ୍କ୍ୟୁଏଟ୍ ହଲରେ ସଜାଇବା ପାଇଁ ଫୁଲ କିଣିବାକୁ ଯାଇଥିଲେ ।

ହଠାତ୍ ଜଣେ ଅଜ୍ଞାତ ବ୍ୟକ୍ତି କାର ଭିତରକୁ ପଶି କିନ୍ସୁକ୍ ଉପରେ ବନ୍ଧୁକ ଦେଖାଇଲେ । ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏହା ପରେ ବ୍ୟକ୍ତି ଜଣକ କିନ୍ନସୁକଙ୍କୁ ତାଙ୍କ ପିତାଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ତାଙ୍କ ନିରାପଦ ମୁକ୍ତି ପାଇଁ ୧ କୋଟି ଟଙ୍କା ମାଗିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking