20.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶମାସାଧିକାଳ ଶରୀରରେ ସକ୍ରିୟ ରହିବ ଭୂତାଣୁ

ମାସାଧିକାଳ ଶରୀରରେ ସକ୍ରିୟ ରହିବ ଭୂତାଣୁ

ନୂଆଦିଲ୍ଲୀ:  ଆଜକୁ ପ୍ରାୟ ଦୁଇବର୍ଷ ହେବ ବିଶ୍ୱରେ ଦେଖାଦେଇଛି କୋଭିଡ୍ ମହାମାରୀର ପ୍ରକୋପ । ବ୍ୟାପକ ଟିକାକରଣ ଏବଂ ସମସ୍ତ କଟକଣା ସତ୍ତ୍ୱେ ଏହି ମହାମାରୀକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣ କରାଯାଇପାରୁନାହିଁ । ଏହି ମହାମାରୀ କେବେ ଧରାପୃଷ୍ଠରୁ ବିଦାୟ ନେବ, ସେ ସମ୍ପର୍କରେ ଡାକ୍ତର କିମ୍ବା ବୈଜ୍ଞାନିକମାନେ ସଠିକ୍ ଆକଳନ କରିପାରୁନାହାନ୍ତି ।

ତେବେ ମଣିଷ ଶରୀରରେ କୋଭିଡ୍ ଭୂତାଣୁ ମାସାଧିକାଳ ସକ୍ରିୟ ରହିବ ବୋଲି ଆମେରିକାର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ପକ୍ଷରୁ କରାଯାଇଥିବା ସର୍ଭେରୁ କୁହାଯାଇଛି । ଶ୍ୱାସନଳୀ ବ୍ୟତୀତ ଏହି ଭୂତାଣୁ ହୃତ୍‌ପିଣ୍ଡ ଏବଂ ମସ୍ତିଷ୍କରେ ମଧ୍ୟ ଆସ୍ଥାନ ଜମାଇବ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । କୋଭିଡ୍ ପ୍ରଥମବର୍ଷରେ ଆମେରିକାରେ ପ୍ରାଣ ହରାଇଥିବା ୪୪ ଜଣ ବ୍ୟକ୍ତିଙ୍କ ଶରୀରରୁ ନିଆଯାଇଥିବା ଟିସ୍ୟୁକୁ ପରୀକ୍ଷା କରାଯାଇ ଉପରୋକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking