ଗ୍ୟାଙ୍ଗ୍ଟକ: ସିକ୍କିମରେ ବର୍ତ୍ତମାନ ପ୍ରବଳ ତୁଷାରପାତ ଅବ୍ୟାହତ ରହିଛି । ଫଳରେ ରାଜଧାନୀ ଗ୍ୟାଙ୍ଗ୍ଟକଠାରୁ ୪୦ କିମି ଦୂରରେ ଅବସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଚାଙ୍ଗୁ ହ୍ରଦ ନିକଟରେ ଶତାଧିକ ପର୍ଯ୍ୟଟକ ଫସିରହିଥିବା ଜଣାପଡିଛି । ତୁଷାରପାତ ଯୋଗୁଁ ଜବାହରଲାଲ ନେହେରୁ ରୋଡ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଏହି ପର୍ଯ୍ୟଟକମାନେ ଚାଙ୍ଗୁ ହ୍ରଦରେ ଅଟକିଯାଇଥିବା କୁହାଯାଇଛି । ସେନା ଯବାନମାନେ ଏହି ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଶନିବାର ରାତିରେ ସେନା ଶିବିରରେ ଆଶ୍ରୟ ଦେଇଥିବା ଜଣାପଡିଛି । ରବିବାର ପାଣିପାଗରେ ଉନ୍ନତି ଘଟିବାପରେ ଏହି ପର୍ଯ୍ୟଟକଙ୍କୁ ଛୋଟ ଛୋଟ ଗ୍ରୁପ୍ରେ ବିଭକ୍ତ କରାଯାଇ ପୁଣି ଗ୍ୟାଙ୍ଗ୍ଟକ୍ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି । ଏହି ପ୍ରକ୍ରିୟା ସୋମବାର ଅପରାହ୍ଣ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରାଯାଉଛି । ଚୀନ୍ ସୀମାନ୍ତବର୍ତ୍ତୀ ଏହି ହ୍ରଦରେ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥାଏ ।