18.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଦେଶରେ ଓମିକ୍ରନ୍ ସଂଖ୍ୟା ୩୦୦ ଟପିଲା

ଦେଶରେ ଓମିକ୍ରନ୍ ସଂଖ୍ୟା ୩୦୦ ଟପିଲା

ନୂଆଦିଲ୍ଲୀ: ଗୁରୁବାର ସୁଦ୍ଧା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା  ୩୦୦ ଅତିକ୍ରମ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ଗୁରୁବାର ତାମିଲନାଡୁରେ ସର୍ବାଧିକ ୩୩ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ଚେନ୍ନାଇରେ କେବଳ ୨୬ ଜଣ ଚିହ୍ନଟ ହୋଇଛନ୍ତି । ତେବେ ୩୩ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଜଣେ ନାଇଜେରୀୟ ନାଗରିକଙ୍କଠାରୁ ତାମିଲନାଡୁରେ ପ୍ରଥମେ ଓମିକ୍ରନ୍ ସଂକ୍ରମଣ ଆରମ୍ଭ ହୋଇଥିଲା ।

ଅପରପକ୍ଷରେ ଗୁରୁବାର କର୍ଣ୍ଣାଟକରେ ୧୨ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଏଭଳି ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ମହିଳା ରହିଛନ୍ତି । ବେଙ୍ଗାଲୁରୁ (୧୦)ରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । ଗୁରୁବାର କେରଳରେ ୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୨୯କୁ ବୃଦ୍ଧି ପାଇଛି ।

ସମସ୍ତ ନୂଆ ଆକ୍ରାନ୍ତ ବିଦେଶ ଫେରନ୍ତା (ବ୍ରିଟେନ, ଆଲ୍‌ବାନିଆ ଓ ନାଇଜେରିଆ) ବୋଲି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ ୮୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବୋଳେ ଦିଲ୍ଲୀରେ ୬୪, ତାମିଲନାଡୁରେ ୩୩, କର୍ଣ୍ଣାଟକରେ ୩୧, କେରଳରେ ୨୯, ତେଲେଙ୍ଗାନାରେ ୨୪, ରାଜସ୍ଥାନରେ ୨୧ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାପଛକୁ ଦିଲ୍ଲୀ, ଓଡ଼ିଶା, ଉତ୍ତରାଖଣ୍ଡ, ଚଣ୍ଡିଗଡ଼, ପଶ୍ଚିମବଙ୍ଗରେ ମଧ୍ୟ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking