21.1 C
Bhubaneswar
Monday, November 18, 2024
Homeଅପରାଧନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

ଅନୁଗୁଳ :  ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଞ୍ଚଳର ଜଣେ ଦୁଷ୍କର୍ମକାରୀଙ୍କୁ ମଙ୍ଗଳବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯେ, ୨୦୧୮ ଏପ୍ରିଲ ୧୦ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ୮ ବର୍ଷର ନାବାଳିକାକୁ ଗାଁର ଭୁବନ ନାଏକ(୬୪) ତାଙ୍କ ଘରକୁ ଡଶକିନେଇ ଦୁଷ୍କର୍ମ କରିଥିଲେ । ଏହା ଜଣାପଡ଼ିବା ପରେ ଗାଁରେ ବୈଠକ ହୋଇଥିଲା ।

ନିଷ୍ପତ୍ତିକ୍ରମେ ପାଲଲହଡ଼ା ଥାନାରେ ନାବାଳିକାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ଅଭିଯୁକ୍ତ ଭୁବନକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାରେ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ୧୯ ଦସ୍ତାବିଜକୁ ଆଧାର କରି ବିଚାରପତି ଅଗସ୍ତି କୁମାର ସାହୁ ଅଭିଯୁକ୍ତଙ୍କୁ କାରାଦଣ୍ଡ ଶୁଣାଇଛନ୍ତି । ଜୋରିମ।।ନା ଅନାଦେୟେ ଆଉ ଏକ ବର୍ଷ କାରାଦଣ୍ଡ ରାୟ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ସରକାରୀ ଓକିଲ ସରୋଜ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking