19.1 C
Bhubaneswar
Tuesday, November 19, 2024
Homeଓଡିଶାପୂର୍ବବର୍ଷ ଅପେକ୍ଷା କମିଛି : ବର୍ଷକରେ ୩୨ଜଣଙ୍କୁ ହତ୍ୟା

ପୂର୍ବବର୍ଷ ଅପେକ୍ଷା କମିଛି : ବର୍ଷକରେ ୩୨ଜଣଙ୍କୁ ହତ୍ୟା

ଭୁବନେଶ୍ୱର:  ରାଜଧାନୀରେ ଚଳିତବର୍ଷ ୩୨ଟି ହତ୍ୟାକାଣ୍ଡ ଘଟିଛି । ଭୁବନେଶ୍ୱର ସହରାଞ୍ଚଳ ପୁଲିସର ଜଟଣୀ ଥାନାରେ ସର୍ବାଧିକ ୪ଟି ମାମଲା ହୋଇଛି । ସେହିପରି ୭ଟି ଥାନାରେ କୌଣସି ହତ୍ୟା ମାମଲା ରୁଜୁ ହୋଇନଥିବା କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହିସବୁ ମାମଲାରେ ପୀଡ଼ିତା ଓ ଅଭିଯୁକ୍ତମାନେ ଚିହ୍ନଟ ହୋଇସାରିଛନ୍ତି । କେବଳ ମଞ୍ଚେଶ୍ୱର କୁଆଖାଇ ନଦୀପଠାରୁ ମିଳିଥିବା ମୃତଦେହ ଚିହ୍ନଟ ହୋଇପାରିନାହିଁ । ତେଣୁ ଏହାର ତଦନ୍ତ ଚାଲିଥିବା ଭୁବନେଶ୍ୱର ଡ଼ିସିପି ଡ଼.ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
ଏଥିସହ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ରାଜଧାନୀରେ ହତ୍ୟାକାଣ୍ଡ ମାମଲା କମିଛି ।

୨୦୧୯ରେ ୩୯ଟି ମାମଲା ହୋଇଥିବାବେଳେ ୨୦୨୦ରେ ୪୯ଟି  ହତ୍ୟାକାଣ୍ଡ ଘଟିଥିଲା । ଏହା ତୁଳନାରେ ଚଳିତବର୍ଷ ମାମଲା କମିଥିବା ସ୍ପଷ୍ଟ ହୋଇଛି । ପୁଲିସର କଡ଼ା କାର୍ଯ୍ୟନୁଷ୍ଠାନ ଯୋଗୁଁ ଏଭଳି ଦେଖାଯାଇଥିବା କୁହାଯାଉଛି । ସେହିପରି ୨୦୦୫ ମସିହାରୁ ୬ଟି ହତ୍ୟାକାଣ୍ଡ ମାମଲାର ରହସ୍ୟ ଖୋଲିନାହିଁ । ଏହି ମାମଲାଗୁଡ଼ିକୁ ନଜର ରଖାଯାଇଛି । ପ୍ରମାଣ ମିଳିବା ମାତ୍ରକେ ତଦନ୍ତ ଆରମ୍ଭ କରାଯିବ ବୋଲି ଡ଼ିସିପି କହିଛନ୍ତି । ସୂଚନା ଅନୁଯାୟୀ, ଚଳିତବର୍ଷ ଅର୍ଥାତ ୨୦୨୧ ଜାନୁଆରୀରୁ ଏପର୍ଯ୍ୟନ୍ତ ମୋଟ୍ ୩୨ଟି ହତ୍ୟା ମାମଲା ଭୁବନେଶ୍ୱର ୟୁପିଡ଼ିରେ ରୁଜୁ ହୋଇଛି ।

କ୍ୟାପିଟାଲ ଥାନାରେ ଗୋଟିଏ, ଖାରବେଳନଗର ଥାନା ୧ଟି, ଏୟାରଫିଲ୍ଡ ଥାନାରେ ୨ଟି, ଧଉଳି ଥାନାରେ ୧ଟି, ଜଟଣୀ ଥାନାରେ ୪ଟି, ତମାଣ୍ଡୋ ଥାନାରେ ୨ଟି, ଭରତପୁର ଥାନାରେ ୩ଟି, ଖଣ୍ଡଗିରି ଥାନାରେ ୧ଟି, ଲକ୍ଷ୍ମୀସାଗର ଥାନାରେ ୧ଟି, ବାଲିପାଟଣା ଥାନାରେ ୨ଟି, ନୟାପଲ୍ଲୀ ଥାନାରେ ୧ଟି, ମଞ୍ଚେଶ୍ୱର ଥାନାରେ ୩ଟି, ସହିଦନଗର ଥାନାରେ ୨ଟି, ଚନ୍ଦ୍ରଶେଖରପୁର ଥାନାରେ ୩ଟି, ଇନ୍‌ଫୋସିଟି ଥାନାରେ ୩ଟି, ଚନ୍ଦକା ଥାନାରେ ୨ଟି ହତ୍ୟାକାଣ୍ଡ ଘଟିଛି । ସେହିପରି ମହିଳା ଥାନା, ଏୟାରପୋର୍ଟ ଥାନା, ଲିଙ୍ଗରାଜ ଥାନା, ଏନର୍ଜି ଥାନା, ବଡ଼ଗଡ ଥାନା, ବାଲିଅନ୍ତା ଥାନା, ନନ୍ଦନକାନନ ଥାନାରେ ଗୋଟେ ବି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking