21.1 C
Bhubaneswar
Monday, November 18, 2024
Homeଓଡିଶାସଂକ୍ରମଣକୁ ଆମନ୍ତ୍ରଣ କରୁଛି ମୁକୁଳା ମାର୍କେଟ : ବଜାରରେ ନୂଆବର୍ଷ ଭିଡ଼

ସଂକ୍ରମଣକୁ ଆମନ୍ତ୍ରଣ କରୁଛି ମୁକୁଳା ମାର୍କେଟ : ବଜାରରେ ନୂଆବର୍ଷ ଭିଡ଼

ଭୁବନେଶ୍ୱର: ଦେଶ ତଥା ସମଗ୍ର ବିଶ୍ୱରେ ଏବେ ଚିନ୍ତା ବଢ଼ାଇଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଏନେଇ ଏବେ ସବୁଠି ଚହଳ ପଡ଼ିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ତଥା କଟକଣାକୁ ନାଗରିକଙ୍କ ବେଖାତିର ଶେଷ ସୀମାରେ ପହଞ୍ଚିଛି । କରୋନାର ୨ଟି ଲହର ଆସି ସାରିଥିବା ସତ୍ତ୍ୱେ ହାଟ ବଜାରରେ ଅସାବଧାନତା ଅବଲମ୍ବନ ଲୋକଙ୍କର ନିତିଦିନିଆ ଅଭ୍ୟାସ ହୋଇଗଲାଣି । ନା ସଂକ୍ରମଣ ପ୍ରତି ଡ଼ର ଅଛି ନା ଦେଖିବାକୁ ମିଳୁଛି ନିଜ ନିଜ ଭିତରେ ସାମାଜିକ ଦୂରତା । ନା ମୁହଁରେ ତୁଣ୍ଡି ବନ୍ଧା ହେଉଛି ନାହିଁ ଗହଳିରୁ କେହି ନିବୃତ୍ତ ରହିବାକୁ ଚେଷ୍ଟା କରୁଛନ୍ତି ।

ଏହପରି ସ୍ଥିତି ନଜରକୁ ଆସିଛି ରାଜଧାନୀର ବଡ ହାଟ, ବିଭିନ୍ନ ମଲ୍ ଓ ମାର୍କେଟ କମ୍ପେ୍ଲକ୍ସରେ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ହାଟବଜାର ଯାଞ୍ଚ ଏକପ୍ରକାର ଠପ୍ ହୋଇସାରିଥିବାବେଳେ ଲୋକଙ୍କ ଅମାନିଆପଣ ବିପଦକୁ ପୁଣି ଆମନ୍ତ୍ରଣ କରୁଛି । ଆଗକୁ ନୂଆବର୍ଷ, ବଡ଼ଦିନ ଭଳି ବଡ଼ ପର୍ବ ଥିବାବେଳେ ରାଜଧାନୀବାସୀ ମଲ୍‌, ହାଟ ବଜାରରେ ଭିଡ଼ ଲଗାଉଛନ୍ତି ।

ଯାହା ଆଗକୁ ଭାରି ପଡ଼ିବା ସମ୍ଭାବନା ଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି ।  ବିଏମ୍‌ସି ଅଞ୍ଚଳରେ ଏବେ ଦୈନିକ ସଂକ୍ରମଣ ସାମାନ୍ୟ ଭାବେ ନିୟନ୍ତ୍ରଣରେ ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଅଙ୍କ ଭିତରେ ରହୁଥିବାବେଳେ ସମୟ ସମୟରେ ଏହା ଶହେ ଡେଉଁଛି । ସହରବାସୀଙ୍କ ମଧ୍ୟରେ ସଚେତନତାର ବ୍ୟାପକ ଅଭାବ ନଜରକୁ ଆସୁଥିବାବେଳେ ମାସ୍କ ପରିଧାନ ଓ ସମ।।ଜିକ ଦୂରତା ନିୟମ ଅନୁପାଳନ ବାଟବଣା ହୋଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking