ନୂଆଦିଲ୍ଲୀ : ଫିଲିପାଇନ୍ସରେ ତାଣ୍ଡନ ରଚିଲା ତୋଫାନ ‘ରାୟ’ । ଏହି କ୍ରମରେ ଘଣ୍ଟାପ୍ରତି ୧୯୫ କିଲୋମିଟର ବେଗରେ ପବନ ବହିବାରୁ ବହୁ ଘରଦ୍ୱାର ଭାଙ୍ଗିବା ସହ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି । ଏହି ତୋଫାନ ପୂର୍ବରୁ ୩ ଲକ୍ଷ ଲୋକଙ୍କୁ ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ଥାନକୁ ନିଆଯାଇଥିଲା । ହେଲେ କିଛି ଲୋକ ରହିଯାଇଥିଲେ । ରାୟ ତୋଫାନ ଫଳରେ ଘଣ୍ଟା ପ୍ରତି ୧୯୫ରୁ ୨୭୦ କିଲୋମିଟର ବେଗରେ ପବନ ବହିଥିଲା । ଏନେଇ ରାଷ୍ଟ୍ରୀୟ ପୋଲିସ କହିଛି ଯେ, ଏହି ତୋଫାନରେ ଅତିକମରେ ୨୩ ଜଣ ଲୋକଙ୍କର ଜୀବନ ଯାଇଛି । ହେଲେ ଏହାର ବିସ୍ତୃତ ସୂଚନା ମିଳିପାରି ନାହିଁ । ସର୍ବାଧିକ ମୃତକ ଗ୍ରାମୀଣ ଅଞ୍ଚଳର ବୋଲି କୁହାଯାଇଛି । ସେମାନଙ୍କର ମୃତ୍ୟୁ ମୁଖ୍ୟତଃ ଗଛ ପଡିବାରୁ ହୋଇଛି । ଫିଲିପାଇନ୍ସରେ ରାୟ ତୋଫାନ କାରଣରୁ ବିଦ୍ୟୁତ୍ ସରବରାହ ଓ ଇଣ୍ଟରନେଟ୍ ସେବା ବିଚ୍ଛିନ୍ନ ହୋଇଛି । ପାନୀୟ ଜଳ, ଅସ୍ଥାୟୀ ଆବାସ, ସ୍ୱଚ୍ଛତା କିଟ ଓ ଔଷଧ ଯୋଗାଇବାକୁ ଫିଲିପାଇନ୍ସ ସରକାରଙ୍କୁ ଅନୁରୋଧ କରାଯାଇଛି ।