31.1 C
Bhubaneswar
Friday, September 20, 2024
Homeଦେଶ ବିଦେଶକିଛି ଦିନ ଏକାଠି ରହିବା ଲିଭ୍-ଇନ୍ ରିଲେଶନଶିପ ନୁହେଁ

କିଛି ଦିନ ଏକାଠି ରହିବା ଲିଭ୍-ଇନ୍ ରିଲେଶନଶିପ ନୁହେଁ

ନୂଆଦିଲ୍ଲୀ : ଦୁଇ ପ୍ରାପ୍ତ ବୟସର ଯୁବକ ଓ ଯୁବତୀ ଯଦି କିଛି ଦିନ ପାଇଁ ସେମାନଙ୍କ ସହମତିରେ ଏକା ସାଙ୍ଗରେ ରୁହନ୍ତି ତେବେ ସେମାନେ ବାସ୍ତବରେ ଲିଭ୍-ଇନ୍ ରିଲେଶନଶିପରେ ରହୁଛନ୍ତି ବୋଲି କୁହାଯାଇପାରିବ ନାହିଁ । କେତେ ଦିନ ପର୍ଯ୍ୟନ୍ତ ସେମାନେ ଏକାସାଙ୍ଗରେ ରହୁଛନ୍ତି, ଜଣେ ଅନ୍ୟ ଜଣଙ୍କ ପାଇଁ ଥିବା କର୍ତ୍ତବ୍ୟ ପାଳନ କରୁଛନ୍ତି କି ନାହିଁ, ପରସ୍ପରର ଦାୟିତ୍ୱ ନେଉଛନ୍ତି କି ନା ସେସବୁକୁ ଆଧାର କରି କୌଣସିି ସମ୍ପର୍କ ବିବାହର ଅନୁରୂପ ହୋଇପାରିବ ବୋଲି କହିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ।

ଜଷ୍ଟିସ ମନୋଜ ବଜାଜ ହରିୟାଣା ଯମୁନାନଗର ଜିଲ୍ଲାର ଏକ ଯୋଡ଼ିଙ୍କ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି । ଘଟଣା ଅନୁଯାୟୀ ଜଣେ ୧୮ବର୍ଷୀୟା ଯୁବତୀ ଏବଂ ୨୦ ବର୍ଷୀୟ ଯୁବକ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ । ଉଭୟ ପରସ୍ପରକୁ ପ୍ରେମ କରୁଥିବା ଏବଂ ବିବାହ ବୟସ ହେବା ପରେ ବାହା ହୋଇଥାନ୍ତେ ବୋଲି ସ୍ଥିର କରିଥିଲେ । କିନ୍ତୁ ଯୁବତୀ ମା ଓ ବାପା ଅନ୍ୟ ଜାଗାରେ ବାହାଘର କରିବା ପାଇଁ ଠିକ କରିଥିଲେ । ଯୁବତୀ ଜଣଙ୍କ ଘରୁ ପଳାଇଯାଇ ଯୁବକଙ୍କ ସହ ଗତ ନଭେମ୍ବର ୨୪ରୁ କିଛି ଦିନ ଲିଭ୍-ଇନ୍ ରିଲେଶନଶିପରେ ରହିଛନ୍ତି ବୋଲି କୋର୍ଟରେ ପିଟିଶନ ଦେଇଛନ୍ତି ।

ଏହାପରେ ଯୁବତୀଙ୍କ ଘରଲୋକ ସେମାନଙ୍କୁ ଧମକ ଦେଇଥିଲେ ବୋଲି କୋର୍ଟ ପକ୍ଷରୁ ସୁରକ୍ଷା ମାଗିଥିଲେ । ତେବେ ଧମକ ଅଭିଯୋଗର ସତ୍ୟତା ବିଶ୍ୱାସଯୋଗ୍ୟ ହେଉନ ଥିବା କହି ହାଇକୋର୍ଟ ପିଟିଶନରଙ୍କ ଆବେଦନ ଖାରଜ କରିଦେଇନ୍ତି । ଏହା ସହ ଆବେଦନକାରୀଙ୍କ ଉପରେ ୨୫ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking