28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶ୪୦ ସାଂସଦଙ୍କୁ ମୋଦିଙ୍କ ଗୁରୁମନ୍ତ୍ର

୪୦ ସାଂସଦଙ୍କୁ ମୋଦିଙ୍କ ଗୁରୁମନ୍ତ୍ର

ଉତ୍ତରପ୍ରଦେଶ : ୨୦୨୨ରେ ଉତ୍ତରପ୍ରଦେଶରେ ହେବ ନିର୍ବାଚନ । ଦେଶର ସବୁଠାରୁ ବଡ଼ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି । ପ୍ରତିଟି ରାଜନୈତିକ ଦଳ ୟୁପି ନିର୍ବାଚନ ପାଇଁ ପ୍ରସ୍ତୁତିକୁ ମଧ୍ୟ ଜୋରଦାର କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ନେଇ ବିଜେପିକୁ ଘେରୁଛି କଂଗ୍ରେସ । ସେପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶିବପାଲ ଯାଦବଙ୍କ ସହ ମିଶି ପିଏସପିଏଲ ସହ ଗଠବନ୍ଧନ କରିବେ ବୋଲି ଘୋଷଣା କରିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ବିଜେପିକୁ ଟକ୍କର ଦେବାକୁ ଜୋରଦାର ଲାଗିପଡ଼ିଛି ।

ଲଖିମପୁର ଖେରୀ ହତ୍ୟାକାଣ୍ଡକୁ ମୁଖ୍ର ଅସ୍ତ୍ର କରିଛି । ଆଉ ଏହାମଧ୍ୟରେ ବିରୋଧୀଙ୍କୁ ସାମ୍ନା କରିବାକୁ ବିଜେପି ବି ସେହିଭଳି ପ୍ରସ୍ତୁତି ଆରମ୍ଭ କରିଛି । ଆଜି ୪୦ଜଣ ସାଂସଦଙ୍କୁ ଭେଟିଛନ୍ତି ମୋଦି । ମୋଦିଙ୍କ ସକାଳ ଜଳଖିଆ ସହିତ ସମସ୍ତ ସାଂସଦ ଉପସ୍ଥିତ ରହିଥିଲେ । ଆସନ୍ତା ବର୍ଷ ଆରମ୍ଭରେ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସମସ୍ତ ବିରୋଧୀ ଦଳ ଏକ ହୋଇଥିବା ବେଳେ ବିଜେପି ସମସ୍ତଙ୍କ ବିରୋଧରେ ଏକ ହେଉଛି । ଆଉ ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦମାନଙ୍କୁ ବିଜୟ ମନ୍ତ୍ରୀ ସାଂସଦ ମାନଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ।

ପୁଣି ଥରେ କିଭଳି ବିଜେପି ଉତ୍ତରପ୍ରଦେଶ ନିର୍ବାଚନ ଜିତିପାରିବ ସେ ନେଇ ମୋଦୀ ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି ମୋଦି । ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ସୋମବାର ଦିନ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ କରିଥିଲେ । ସେ ମଙ୍ଗଳବାର ଦିନ ବାରାଣାସୀରେ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ କରିଥିଲେ। ଉତ୍ତରପ୍ରଦେଶରେ ୨୦୧୭ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ମଧ୍ୟରୁ ୩୧୨ଟି ଜିତିଥିବାବେଳେ ସମାଜବାଦୀ ପାର୍ଟି (ଏସପି) ୪୭ଟି ଆସନ ଜିତିଥିଲା । ବହୁଜନ ସମାଜ ପାର୍ଟି (ବିଏସପି) ୧୯ଟି ଆସନ ଜିତିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking