21.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶଜାନୁଆରୀରୁ ଦିଲ୍ଲୀରେ ୧୦ ବର୍ଷ ପୁରୁଣା ଡିଜେଲ୍ ବାହନ ପଞ୍ଜିକରଣ ବନ୍ଦ

ଜାନୁଆରୀରୁ ଦିଲ୍ଲୀରେ ୧୦ ବର୍ଷ ପୁରୁଣା ଡିଜେଲ୍ ବାହନ ପଞ୍ଜିକରଣ ବନ୍ଦ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ଦିଲ୍ଲୀରେ ୧୦ ବର୍ଷ ପୁରୁଣା ଡିଜେଲ୍ ଯାନବାହନ ଆଉ ଚଳାଚଳ କରିପାରିବ ନାହିଁ । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ନିର୍ଦ୍ଦେଶକ୍ରମେ ଆସନ୍ତାବର୍ଷ ଜାନୁଆର ୧ ତାରିଖ ସୁଦ୍ଧା ୧୦ ବର୍ଷ ପୂରଣ କରିଥିବା ଡିଜେଲ୍ ଗାଡ଼ିର ପଞ୍ଜିକରଣକୁ ସରକାର ରଦ୍ଦ କରିବେ । ତେବେ ଏହି ଗାଡ଼ିଗୁଡ଼ିକୁ ସରକାର ଏନ୍‌ଓସି ପ୍ରଦାନ କରିବେ, ଯାହା ଫଳରେ ସେଗୁଡ଼ିକ ଅନ୍ୟ ରାଜ୍ୟରେ ପଞ୍ଜୀକୃତ ହୋଇପାରିବ ।

ଚଳିତ ସପ୍ତାହ ପ୍ରାରମ୍ଭରେ ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ଏକ ଆଦେଶ ଅନୁସାରେ ୧୫ ବର୍ଷର ପୁରୁଣା ଗାଡ଼ି ପାଇଁ ଏନ୍‌ଓସି ଜାରି କରାଯିବ ନାହିଁ । ସରକାରଙ୍କ ଆଦେଶ ଅନୁସାରେ ୧୦ ବର୍ଷର ପୁରୁଣା ଡିଜେଲ୍ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ୍ ଗାଡ଼ିର ମାଲିକମାନେ ଏହାର ବ୍ୟବହାର ଜାରି ରଖିବାକୁ ଚାହିଁଲେ ଏହାକୁ ବିଦ୍ୟୁତ୍ ଚାଳିତ ଯାନରେ ପରିବର୍ତ୍ତନ କରିପାରିବେ। ଦିଲ୍ଲୀ ଓ ଏନ୍‌ସିଆର୍‌ରେ ୧୦ ବର୍ଷରୁ ପୁରୁଣା ଡିଜେଲ୍ ଓ ୧୫ ବର୍ଷ ପୁରୁଣା ପେଟ୍ରୋଲ୍ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରିବା ସହ ଏଗୁଡ଼ିକର ପଞ୍ଜିକରଣ ବନ୍ଦ କରିବା ପାଇଁ ୨୦୧୬ ଜୁଲାଇରେ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking