21.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନର ଗୁମର କଥା : ୪୪ ଲକ୍ଷରେ ନିଲାମ ହେଲା ସରପଞ୍ଚ ପଦ

ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନର ଗୁମର କଥା : ୪୪ ଲକ୍ଷରେ ନିଲାମ ହେଲା ସରପଞ୍ଚ ପଦ

ଭୋପାଳ: ୨୦୨୨ ଜାନୁଆରୀରେ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶର ଏକ ଗାଆଁରେ ସରପଞ୍ଚ ପଦ ନିଲାମ କରାଯାଇଥିବା ଜଣାପଡିଛି । ଅଶୋକ ନଗର ଜିଲ୍ଲାର ଭାତାଉଲି ଗ୍ରାମପଞ୍ଚାୟତରେ ଏହି ଘଟଣା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ପ୍ରସ୍ତାବକ୍ରମେ ଏକ ମନ୍ଦିରରେ ସରପଞ୍ଚ ପଦ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ୫ ଜଣ ଆଶାୟୀ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ । ନିଲାମର ସର୍ବନିମ୍ନ ଡାକ ୨୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଶେଷରେ ସୌଭାଗ୍ୟ ସିଂହ ଯାଦବ ନାମକ ବ୍ୟକ୍ତି ସର୍ବାଧିକ ୪୪ ଲକ୍ଷ ଟଙ୍କା ନିଲାମ ଡାକି ବିଜେତା ଘୋଷିତ ହୋଇଛନ୍ତି ।

ଏହାପରେ ଗ୍ରାମବାସୀ ତାଙ୍କ ବେକରେ ଫୁଲମାଳ ପିନ୍ଧାଇ ନୂତନ ସରପଞ୍ଚଭାବେ ଅଭିନନ୍ଦନ ଜଣାଇଥିଲେ । ଗ୍ରାମବାସୀଙ୍କ ସର୍ତ୍ତ ଅନୁଯାୟୀ ଯାଦବ ଯଦି ୪୪ ଲକ୍ଷ ଟଙ୍କା ଦେଇନପାରିବେ, ତାହାହେଲେ ନିଲାମରେ ଦ୍ୱିତୀୟ ସର୍ବାଧିକ ଡାକ ଦେଇଥିବା ବ୍ୟକ୍ତିଙ୍କୁ ବିଜେତା ଘୋଷଣା କରାଯିବ । ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାପରେ ଯାଦବ ପ୍ରାର୍ଥିପତ୍ର ଦାଖଲ କରିବେ । ତାଙ୍କ ବିରୋଧରେ ଆଉ କେହି ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ଫତୱା ଜାରି କରାଯାଇଛି । ଫଳରେ ସେ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ପଦକୁ ନିର୍ବାଚିତ ହୋଇପାରିବେ । ଅପରପକ୍ଷରେ ସ୍ଥାନୀୟ ପ୍ରଶାସନ ଏଭଳି ମନୋନୟନକୁ ବେଆଇନ କହିବା ସହ ବିଧିବଦ୍ଧ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking