20.1 C
Bhubaneswar
Sunday, November 17, 2024
Homeକରୋନାଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି

ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର ଦେଶରେ ୧୨ ନୂଆ ସଂକ୍ରମିତ ଚିହ୍ନଟ ହେବାପରେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ର ଓ କେରଳରେ ୪ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ତେଲେଙ୍ଗାନାରେ ୨ ଏବଂ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହି ୧୨ ଜଣଙ୍କ ମଧ୍ୟରୁ ୭ ଜଣ ବିଦେଶ ଫେରନ୍ତା ହୋଇଥିବାବେଳେ ଅନ୍ୟ ୫ ଜଣ ବିଦେଶ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି । ଏଥିରୁ ଦେଶରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହାପଛକୁ ରାଜସ୍ଥାନରେ ୧୭, ଦିଲ୍ଲୀରେ ୬, କେରଳରେ ୫, ଗୁଜରାଟରେ ୪, କର୍ଣ୍ଣାଟକରେ ୩, ତେଲେଙ୍ଗାନାରେ ୨ ଏବଂ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼ ଓ ତାମିଲନାଡୁରେ ଜଣେ ଲେଖାଏଁ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking