ହାଇଦ୍ରାବାଦ: ଅସ୍ତ୍ରୋପଚାର ଜରିଆରେ ମଣିଷ ଶରୀରର ବୃକକ୍ରୁ ପଥର ବାହାର କରାଯିବା ବର୍ତ୍ତମାନ ସାଧାରଣ କଥା ହୋଇସାରିଛି। ତେବେ ହାଇଦ୍ରାବାଦରେ ଜଣେ ବ୍ୟକ୍ତିଙ୍କ ବୃକକ୍ରୁ ଏକାଥରକେ ୧୫୬ଟି ପଥର ବାହାର କରାଯିବା ଘଟଣା ଏକ ରେକର୍ଡ ସୃଷ୍ଟି କରିବା ସହ ଡାକ୍ତରୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁତର ଅସ୍ତ୍ରୋପଚାର ବଦଳରେ ଡାକ୍ତରମାନେ ଲାପ୍ରୋସ୍କୋପି ଜରିଆରେ ୧୫୬ଟି ପଥର ବାହାର କରିଛନ୍ତି । ବାସଭରାଜ ମାଡିୱାଲାର ନାମକ ଏହି ୫୦ ବର୍ଷୀୟ ବ୍ୟକ୍ତି ତଳିପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ହାଇଦ୍ରାବାଦର ପ୍ରୀତି କିଡ୍ନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଜଣାପଡିଛି ।